Odisha news

ବିଜେପି ପକ୍ଷରୁ ପୀରହାଟରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

0

ତିହିଡି (Jadumani Panigrahi) : ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ କରାଯାଉଛି । ଏହି ମର୍ମରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପି ଲଙ୍କେଶ୍ୱରୀ ମଣ୍ଡଳ ପକ୍ଷରୁ ପୀରହାଟ ଠାରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ସମସ୍ତ କାର୍ଯ୍ୟକ୍ରମ ବିଜେପିର ବରିଷ୍ଠ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମଣ୍ଡଳ ସଂଯୋଜକ ମାନସ ନାୟକ, ଜିଲ୍ଲା ସଂପାଦକ ସଂଗ୍ରାମ ମହାନ୍ତି, ମୁକ୍ତିକାନ୍ତ ନାୟକ, ମଣ୍ଡଳ ସଭାପତି ରାଜାରାମ ମହାକୁଡ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମଙ୍ଗରାଜ ନାୟକ, ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଶଶିକାନ୍ତ ବିଶ୍ୱାଳ, ସୁଶାନ୍ତ ନାୟକ, କମଳାକାନ୍ତ ନାୟକ, ଅଶୋକ ରାଉତ, ଗୟାଧର ନାୟକ, ସଂଜୟ ଦାସ, ପ୍ରଦୀପ ସାହୁ, ରମାକାନ୍ତ ବାରିକ, ପଦ୍ମନାଭ ଦାସ, ପ୍ରଶାନ୍ତ ଜେନା, ଅଜୟ ମହାନ୍ତି, ନୀଳମଣି ପରିଡା ଓ ବାବୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply