Odisha news

ଡ୍ରଗ୍ ବିବାଦରେ ଜୟା ବଚ୍ଚନଙ୍କ ବିବୃତ୍ତି ପରେ ‘ଜଲସା’ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ସଂସଦରେ ଡ଼୍ରଗ୍ସ ପ୍ରସଙ୍ଗରେ ସଂସଦରେ ଭାଷଣ ଦେବାପରେ ଏବେ ବିବାଦୀୟ ଓ ବିତର୍କିତ ହୋଇ ପଡ଼ିଛନ୍ତି । ଏ ପ୍ରସଙ୍ଗରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଏବେ ‘ଟ୍ରୋଲ୍‌’ କରିବା ଆରମ୍ଭ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇରେ ତାଙ୍କ ଘର ‘ଜଲସା’ ଚାରିପଟେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ମୁମ୍ବାଇ ପୁଲିସ ଏହାକୁ ଏକ ସତର୍କତାମୂଳକ ପଦକ୍ଷେପ ବୋଲି କହିଛି। ଜୟା ସଂସଦରେ ବଲିଉଡ଼ର ଛବି ଖରାପ କରିବାକୁ ପ୍ରୟାସ କରାଯାଉଥିବା ଓ ସୋସିଆଲ ମିଡ଼ିଆରେ ବଲିଉଡ଼କୁ ବଦନାମ କରାଯାଉଥିବା ଅଭିଯୋଗ କରିଥିଲେ । ଏହାପରେ ଡ଼୍ରଗ୍ସକୁ ନେଇ ବଲିଉଡ଼ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି ।

ଏହାପୂର୍ବରୁ ସୋମବାର ଗୋରଖପୁର ସାଂସଦ ରବି କିଶନ ଡ଼୍ରଗ୍ସକୁ ନେଇ ସଂସଦରେ ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ବଲିଉଡ଼ରେ ବି ଡ଼୍ରଗ୍ସ କାରବାର ରହିଛି । ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଘଟଣାରେ ଜୟା ବଚ୍ଚନଙ୍କର ସମାଲୋଚନା କରିଥିଲେ।

Leave A Reply