Odisha news

ଫିରିଙ୍ଗିଆରେ ମୋଟର ଚାଳକ ସଂଘର କାର୍ଯ୍ୟାଳୟ ଗୃହ ଉଦଘାଟିତ

0

କନ୍ଧମାଳ (ସନ୍ତୋଷ ମିଶ୍ର) : ଫିରିଙ୍ଗିଆ ଠାରେ ଗୁରୁବାର ଦିନ ମୋଟର ଚାଳକ ଦିବସ ପାଳନ ଅବସରରେ ଓଡିଶା ମୋଟର ଚାଳକ ସଂଘ ଫିରିଙ୍ଗିଆ ଶାଖାର ନବନିର୍ମିତ କାର୍ଯ୍ୟାଳୟ ଉଦଘାନି ଉସôବ ଅନୁଷ୍ଠିତ ହୋଇଛି । ସଂଙ୍ଘର ଫିରିଙ୍ଗିଆ ଶାଖା ସଭାପତି ଦାରୁଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ସରପଂଚ ତଥା ବିଶିଷ୍ଟ ବିଜେପି ନେତା ବିଶ୍ୱରଞ୍ଜନ କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଂଙ୍ଘ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଙ୍ଘର କନ୍ଧମାଳ ଜିଲ୍ଲା ସଭାପତି ବାସବ କହଁର , ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖାର ସମ୍ପାଦକ ସମ୍ଭୁ ଦିଗାଳ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସଦସ୍ୟ ବିବେକାନନ୍ଦ ମଲ୍ଲିକ ,ନରୋତମ ନାଗ ,ଦେବେନ୍ଦ୍ର ପ୍ରସାଦ ସାହୁ ,ବସନ୍ତ ସାହୁ , ସଞୟ କହଁରଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ଉପସ୍ତିତ ଥିଲେ । ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ ନିୟମ ଅନୁସାରେ ପାଳିତ ଏହି ବୈଠକରେ ଅଂଚଳର ଡ୍ରାଇଭର ମାନଙ୍କ ପକ୍ଷରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ଜିଲ୍ଲା ସଭାପତି ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟବାଦ ଦେଲାପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

 

Leave A Reply