Odisha news

ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିନ ପାଳନ ଅବସରରେ ଭାଜପାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

କନ୍ଧମାଳ(ସନ୍ତୋଷ ମିଶ୍ର) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମନ୍ଦିର ଚାରିପଟରେ ୭୦ଟି ଆମ୍ବ,ଅଅଁଳା,ଲିମ୍ବ ଭଳି ଅନେକ ଉପକାରୀ ଗଛର ଚାରା ରୋପଣ କରାଯାଇଛି ।

ଏଥିରେ ଭାରତୀୟ ଜନତା ପାର୍ଟିର ପୁର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରାଙ୍କ ସହିତ ଜିଲ୍ଲା ସମ୍ପାଦକ ଭଗବାନ ମହାନ୍ତି,ଦେବନାରାୟଣ ପ୍ରଧାନ,ପୁର୍ବତନ ସଭାପତି ଦେବନାରାୟଣ ପ୍ରଧାନ,ରମେଶ ମହାନ୍ତି,ସୁଧାଂଶୁ ଗୁରୁ,ଶୁସାନ୍ତ ମହାନ୍ତି,ପରେଶ ମହାପାତ୍ର,ବିଶ୍ୱରଞ୍ଜନ ଦାସ,ଓ ଦୁତିକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟରେ ସହେଯାଗ କରିଥିଲେ ।

 

Leave A Reply