ଫିରିଙ୍ଗିଆ ଥାନା ପୋଲିସ ଠାବ କଲା ବାଇକ ଲୁଟେରା ରାକେଟ୍ : ଫିରିଙ୍ଗିଆ ଥାନା ଅଂଚଳର ବିଭିନ୍ନ ଯାଗାରୁ ୬ ଲୁଟେରା ଗିରଫ ୨୦ ବାଇକ ଜବତ
କନ୍ଧମାଳ(Santosh Mishra) : ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ଗାଡି ମଟର ତନଖି ବେଳେ ଜଣେ ବାଇକ ଆରୋହୀର ବାଇକର ନମ୍ବର ଓ କଗଜ ପତ୍ର ତନଖି କରୁଥିବା ବେଳେ ତାର ସହିସବୁ ଜିନିଷ ନଥିବାରୁ ତାକୁ ଅଟକ ରଖି ତଦନ୍ତ କରିବାପରେ ଫିରିଙ୍ଗିଆ ଥାନାର ବିଭିନ୍ନ ଅଂଚଳରେ ଥିବା ୬ ଜଣଙ୍କ ଠାରୁ ୨୦ ଟି ଚୋରା ବାଇକ ଜବତ କରିବାରେ ସଫଳ ହୋଇଛି । ଆଜି ଫିରିଙ୍ଗିଆ ଥାନାରେ ଏହି ସୁଚନା ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଦେଇଛନ୍ତି । ସୁଚନା ଅନୁସାରେ ଫିରିଙ୍ଗିଆ ଥାନା ପୋଲିସ ପ୍ରତିଦିନ କରୁଥିବା ଏମ.ଭି ଚେକିଙ୍ଗ୍ ସମୟରେ ମାସି୍ରପଡା ଛକଟାରେ ଗୋଟିଏ ବାଇକକୁ ଅଟକାଇ ଆରୋହୀକୁ ତାର ଗାଡିର କଗଜପତ୍ର ମାଗିଥିଲା ।
ବାଇକ ଅରୋହୀ ସନ୍ତୋଷ ମାଝୀ ଗାଡିର କଗଜ ପତ୍ର ଦେଇନପାରିବାରୁ ବାଇକଟି ଚୋରା ହୋଇଥିବା ସନେ୍ଦହରେ ତାକୁ ଅଟକାଇ ଗାଡି କେଉଁଠାରୁ ଆଣିଛ ବୋଲି ପଚାରିଥିଲା ସେଥିରେ ସନ୍ତୋଷ ଗାଡିଟିକୁ ବନ୍ଧଗଡର ଲିଟୁ ଦିଗାଲଠାରୁ ଆଣିଥିବା ପୋଲିସକୁ କହିଥିଲା । ପୋଲିସ ବନ୍ଧଗଡରୁ ଲିଟୁ ଦିଗଲାକୁ ଆଣି ପଚରାଉଚୁରା କରିବାରେ ତାଠାରୁ ୪ଟି ଏହିଭଳି ଚୋରା ବାଇକ ମିଳିଥିଲା । ଲିଟୁ ଦିଗାଲକୁ ପୋଲିସ ପଚରାଉଚୁରା କରିବାରେ ସେ ଏହି ବାଇକ ସବୁ ମନୁଆବାଡି ଗାଁର ଅନନ୍ତ ଦେହୁରୀ ଠାରୁ ଆଣିଥିବା କହିଥିଲା ପୋଲିସକୁ । ପୋଲିସ ଏହାପରେ ଘଟଣାର ତଦନ୍ତ କରିବାପରେ ଆଜି ସୁଦ୍ଧା ପୋଲିସ ମୋଟ ୨୦ ଟି ଚୋରା ବାଇକ ଜବତ କରିଥିବା କହିଛନ୍ତି ଶ୍ରୀ ମୁର୍ମୁ ।
ତେବେ ଏହି ବାଇକ ମାନଙ୍କ ଭିତରୁ ୪ ଟି ବଜାଜ୍ ପଲସର ବାଇକ ରହିଥିବା ବେଳେ ୪ଟି ଟିଭିଏସ୍ ଆପାଚେ,ହୀରୋ ଗ୍ଲାମର, ହଣ୍ଡା ହଣ୍ଣର୍ଣ୍ଣେଟ୍ ,ପେସନ ପୋ୍ର,ପେସନ ପ୍ଳସ୍ ଓ ସ୍ପ୍ଲେଣ୍ଡର ଭଳି ଗାଡିକୁ ମିଶାଇ ୨୦ ଟି ବାଇକ ପୋଲିସ ଜବତ କରିଥିବା ନେଇ ସୁଚନା ଦେଇଛନ୍ତି । ଏହି ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା ୮୦/୨୦୨୦ ଓ ଦଫା ୩୭୯,୪୧୧ ଓ ୩୪ରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡର ଚଢିଆପାଲି ଗାଁର ସନ୍ତୋଷ ମାଝୀ (୩୦),କରଣ୍ଡାଗଡର ଲିଟୁ ଦିଗାଲ(୨୧),ମନୁଆବାଡିର ଗାଁର ଅନନ୍ତ ଦେହୁରୀ(୨୮),କେଲାପଡା ଅଂଚଳର ଅଙ୍ଗୁର ଦିଗାଲ(୩୪),ପବିଙ୍ଗିଆର ବିଳାସ କହଁର(୨୬) ଗୋଛାପଡା ଥାନା ଅଂଚଳର ଟେକିରିଗୁଡାର ଅଭିମନୁ୍ୟ କହଁର(୨୦)କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୁଚନା ଦେଇଛନ୍ତି ।