ତିହିଡି (Jadumani Panigrahi) : ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ତନ୍ମଦିନ ଅବସରରେ ପାଳିତ ହେଉଥିବା ସେବାସପ୍ତାହର ଆଜି ୪ର୍ଥ ଦିନରେ ବାସୁଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପି ସାହାଡାସୁନ୍ଦରୀ ମଣ୍ଡଳୀ ପକ୍ଷରୁ ତିହିଡି ଶାନ୍ତି ଆଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହିତ ତିହିଡି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା ।
ଏଥିରେ ବିଜେପିର ବରିଷ୍ଠ ନେତା ରଘୁନାଥ ପାତ୍ର, ଦୁର୍ଗାଚରଣ ନାୟକ, ବାସୁଦେବପୁର ନିର୍ବାଚନମଣ୍ଡଳୀର ଯୁବନେତା ଉଦୟ ନାରାୟଣ ମଲ୍ଲିକ, ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଶଶିକାନ୍ତ ବିଶ୍ୱାଳ, ମଣ୍ଡଳ ସଭାପତି ପ୍ରଦୀପ ବଳ, ଭାଟପଡା ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ରାଜକିଶୋର ନାୟକ, ଶୁକଦେବ ମଲ୍ଲିକ, ଅଜୟ ମହାପାତ୍ର, ସରକଞ୍ଚଙ୍କ ପ୍ରତିନିଧି ପ୍ରତାପ ଜେନା, ରାଜେନ୍ଦ୍ର ବାରିକ , କେଶବ ବେହେରା, ସୀତାକାନ୍ତ ନାୟକ, ବ୍ରଜମୋହନ ପାଣି, ଦେବେନ୍ଦ୍ର ମହାନ୍ତି, ତପନ ପାଣି, ଗଣେଶ କର, ପ୍ରଦୀପ କୁମାର ଜେନା, ଶିବନାଥ ମହାନ୍ତି ଓ ଅନୀଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।