Odisha news

ମାଲିଙ୍ଗାଙ୍କୁ ମିସ୍‌ କରିବୁ : ରୋହିତ

0

ଆବୁଧାବୀ, ୧୭ା୯ (ଏଜେନ୍ସି) : ଆଇପିଏଲ୍‌ର ସର୍ବାଧିକ ୱିକେଟ୍‌ ଅକ୍ତିଆରକାରୀ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଏଥର ଆଇପିଏଲ୍‌ ଖେଳିବେ ନାହିଁ । ଜଣେ ଅଭିଜ୍ଞ ଖେଳାଳିଙ୍କୁ ଦଳ ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ମିସ୍‌ କରିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କହିଛନ୍ତି । ୪ଥର ଆଇପିଏଲ୍‌ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର ମାଲିଙ୍ଗା ନିୟମିତ ସଦସ୍ୟ । ଏଥର ସେ ଆଇପିଏଲ୍‌ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣ ଦର୍ଶାଇ ମାଲିଙ୍ଗା ଆଇପିଏଲ୍‌ରୁ ଓହରି ଯାଇଛନ୍ତି । ଆଗାମୀ ୧୯ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ । ଦଳରେ ମାଲିଙ୍ଗାଙ୍କ ସ୍ଥାନ ଅନ୍ୟ କେହି ନେଇପାରିବେ ନାହିଁ ବୋଲି ରୋହିତ ଶର୍ମା କହିଛନ୍ତି । ତାଙ୍କର ଅଭିଜ୍ଞତାକୁ ଆମେ ହରାଇଲୁ । ତାଙ୍କ ଯୋଗୁଁ ଅନେକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଜିତିଛି

Leave A Reply