ଦିଲ୍ଲୀର ଜଣେ ରିକ୍ସା ଚାଳକଙ୍କ ପୁଅ ଏପରି ଏକ କାରନାମା କରି ଦେଖାଇଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ କରିନାହାନ୍ତି । ଏହା ଏକ ଫିଲ୍ମ ଯୋଗୁ ହୋଇଥିଲା । ବିକାସପୁରୀ ନିକଟ ଚନ୍ଦ୍ର ବିହାରରେ ରହୁଥିବା କମଳ ମୋବାଇଲରେ ଏବିସିଡି ଫିଲ୍ମ ଦେଖିଥିଲେ । ଆଜି ସେ ଲଣ୍ଡନ ଯିବାକୁ ପ୍ରସ୍ତୁତ । ତାଙ୍କ ଇଂଲିଶ୍ ନାଶନାଲ ବାଲେ ସ୍କୁଲ ଲଣ୍ଡନରେ ଆଡମିଶନ୍ ମିଳିଛି । ସେଠାରେ ଗୋଟିଏ ବର୍ଷର ପ୍ରଶିକ୍ଷଣ ହେବ । ଏହାକୁ ପୂରା କରିବା ପରେ ପ୍ରଫେଶନାଲ ବେଲେ ଡାନ୍ସର ହୋଇଯିବେ । ୨୦୧୬ରେ କମଲ ବେଲେ ଡାନ୍ସ ଏକାଡେମୀ ବିଷୟରେ ଜାଣିବା ଆରମ୍ଭ କଲେ । ସାକେତରେ ଇମ୍ପିରିୟାଲ ଫର୍ନାଡୋ ବେଲେ ସ୍କୁଲ ବିଷୟରେ ସୂଚନା ମିଳିଲା । ପରଦିନ ସ୍କୁଲ ଯାଇ ଅଡିଶନ୍ ଦେଲେ । କମ୍ପାନୀର ଆର୍ଟିଷ୍ଟିକ୍ ଡାଇରେକଫର ଫର୍ଣ୍ଣାଡୋ ଅଗଲେରା ତାଙ୍କ ଡାନ୍ସରେ ପ୍ରଭାବିତ ହୋଇ କହିଥିଲେ ବଡ଼ ବେଲି ଡାନ୍ସର ହେବ । କମଲ ତାଙ୍କ ଆର୍ଥିକ ସ୍ଥିତି ବିଷୟରେ କହିବାରୁ ତାଙ୍କୁ ସ୍କଲାରଶିପ୍ ମିଳିଲା । ସେଠାରୁ କମଲଙ୍କ ଯାତ୍ରା ଆରମ୍ଭ ହେଲା । ୨୦୧୯ର କଥା । ବେଲେ ଡାନ୍ସର ପ୍ରଶିକ୍ଷଣ ପାଇଁ ରୁଷ୍ର ସେଣ୍ଟ୍ ପିଟ୍ସବର୍ଗ ସ୍ଥିତ ବାଗାନୋଆ ବେଲେ ଏକାଡେମୀରେ ଆଡମିଶନ୍ ପାଇଁ କମଲ ଭିଡିଓ ପଠାଇଲେ । ସେମାନେ କମଲଙ୍କୁ ମାସକର ପ୍ରଶିକ୍ଷଣ ପାଇଁ ଡାକିଥିଲେ । ଲୋକେ ଅନ୍ଲାଇନ୍ ଫଣ୍ଡ୍ ଯୋଗାଡ଼ କରି ତାଙ୍କୁ ସାହାଯ୍ୟ କରିଥିଲେ ।