Odisha news

ବୋଲଗଡ ବିଜେପି ପକ୍ଷରୁ ବୃକ୍ଷରୋପଣ ଏବଂ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ

0

ବୋଲଗଡ : ବିଶ୍ୱର ସର୍ବବୃହତ ଗଣାତାନ୍ତ୍ରୀକ ଦେଶ ଭାରତର ନେତୃତ୍ୱ ନେଉଥିବା ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମଦର ଦାସ ମୋଦିଙ୍କ ୭୦ତମ ଜନ୍ମୋସôବ ବୋଲଗଡ ବିଜେପି ପକ୍ଷରୁ ମହା ଆଡମ୍ବର ସହକାରେ ଗୁରୁବାର ମା’ ଭୂୟାଁଣୀଙ୍କ ପୀଠରେ ପାଳିତ ହୋଇଯାଇଛି ।

ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ ମଣ୍ଡଳସଭାପତି ସଞ୍ଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମା ଭୂୟାଣୀଙ୍କ ପୀଠରେ କୋଭିଡ-୧୯ ନିୟମକୁ ଅନୁସରଣ କରି ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ବିଜେପିର ଛଅଟି ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଶପଥପାଠ କରିଥିଲେ । ବିଜେପିର ରାଜ୍ୟସଭାପତି ସମୀର ମହାନ୍ତି,ରାଜ୍ୟସାଧାରଣ ସମ୍ପାଦକ ମାନସ ମହାନ୍ତି ଓ ଅନ୍ୟ ନେତୃମଣ୍ଡଳୀ କରୋନା ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କର ଆରୋଗ୍ୟ କାମନା କରି ମା’ଙ୍କ ପୀଠରେ ସମୂହ ଦୀପଦାନ କରିଥିଲେ ।

ଆଜି ଭାରତର ସର୍ବପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମ ଦିନ ହୋଇଥିବାରୁ ବିଜେପିର ଶିର୍ଷନେତୃତ୍ୱ ଜେପି ନଡ୍ଡାଙ୍କ ଆହ୍ୱାନକ୍ରମେ ସାରା ଭାରତ ବର୍ଷରେ ସେବା ସପ୍ତାହ ଭାବରେ ପାଳନ କରିବା ଆହ୍ୱାନକୁ ସମ୍ମାନ ଜଣାଇ ପରିବେଶ ସୁରକ୍ଷାକୁ ଗୁରତ୍ୱ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପରିଷଦ ସଭ୍ୟ ଲୋତକବିନ୍ଦୁ ପଟ୍ଟନାୟକ, ବୋଲଗଡ ମଣ୍ଡଳ ସାଧାରଣ ସମ୍ପାଦକ ଅଜିତ୍ ପଟ୍ଟନାୟକ,ପଞ୍ଚାୟତ ସଭାପତି ବନ୍ଧୁ ଭୋଳ, ନବକିଶୋର ପ୍ରଧାନ, ଉପେନ୍ଦ୍ର କୁମାର ସୁବୁଦ୍ଧି,ବୈଦ୍ୟନାଥ ମାନସିଂହ,ଆର୍ତ୍ତ ବନ୍ଧୁ ପ୍ରଧାନ ,ଲକ୍ଷ୍ମୀଧର ବଳିୟାରସିଂହ,ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ, ଅଭିମନୁ୍ୟ ପଟ୍ଟନାୟକ,ଜଗବନ୍ଧୁ ମୁଦୁଲି,ଖୋର୍ଦ୍ଧା ଜିଲ୍ଲା ବୁଦ୍ଧିଜୀବି ସେଲର ଅଧ୍ୟକ୍ଷ କର୍ପୁର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବୋଲଗଡ ପଞ୍ଚାୟତ ସଭାପତି ଦୁର୍ଗାଚରଣ ଦଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply