Odisha news

ବକେୟା ଭତ୍ତା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

0

କେନ୍ଦ୍ରାପଡା , ୯/୯( ରବୀନ୍ଦ୍ର ଦାଶ ) -କେନ୍ଦ୍ରାପଡା ବ୍ଲକ୍ ଅର୍ନ୍ତଗତ କଳପଡା ଗ୍ରାମପଂଚାୟତର କେତେକ ହିତାଧିକାରୀମାନେ ସେମାନଙ୍କ ବକେୟା ଭତ୍ତା ପାଇବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଗୁହାରୀ କରିଛନ୍ତି । ପ୍ରକାଶ ଯେ , କଳପଡା ଗ୍ରାମପଂଚାୟତର କେତେକ ଭତ୍ତାହିତାଧିକାରୀ ସେମାନଙ୍କର ଭତ୍ତା ଗତ ୨୦୧୮ମସିହା ରୁ ମଞ୍ଜୁର ହୋଇଥିବା ବେଳେ ସେମାନେ ଭତ୍ତା ପାଇ ଆସୁଛନ୍ତି । ସେମାନଙ୍କ ଭତ୍ତା ମଞ୍ଜୁର ତାରିଖର ୫ମାସ ପରେ ସେମାନେ ଭତ୍ତା ପ୍ରଦାନ କରାଯାଇ ପିଛିଲା ମାସର ଭତ୍ତା ସେମାନଙ୍କୁ ପରେ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା ।

କିନ୍ତୁ ସେମାନେ ଅପେକ୍ଷା କରି ନମିଳିବାରୁ ସେହି ୫ମାସର ବକେୟା ଭତ୍ତା ପାଇବା ପାଇଁ ସେମାନେ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ କହିଲେ ମୁଁ କିଛି କରିପାରିବି ନାହିଁ ,ଏ ସଂପର୍କରେ ସରପଂଚଙ୍କୁ ପଚାରିବାକୁ କହିଥିଲେ । ଏହି ହିତାଧରକାରୀ ମାନେ ସରପଂଚଙ୍କୁ ଭେଟି ପଚାରିବାରୁ ସେ ସଠିକ୍ ଉତ୍ତର ଦେଇନଥିଲେ ।

ସେମାନେ ଗରୀବ ଲୋକ ଭତ୍ତା ପାଇଲେ ଚଳିନ୍ତି ବୋଲି କହିଛନ୍ତି । । ତେଣୁ ସେମାନଙ୍କୁ ବକେୟା ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଭତ୍ତା ହିତାଧିକାରୀ ଆଦିକନ୍ଦ ସାହୁ, ମାଧବାନନ୍ଦ ସ୍ୱାଇଁ, ଅମରି ସାହୁ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର ନାଥ ବାରିକ, ଶକୁନ୍ତଳା ବେହେରା, କୁସୁମ ପ୍ରଧାନ, ସାବିତ୍ରୀ ସାମଲ, ନାଥୁରାମ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

Nalco
Leave A Reply