ନୂଆଦିଲ୍ଲୀ,୭ା୯(ଏଜେନ୍ସି): ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଆଇପିଏଲ୍ ପ୍ରଥମ ଚରଣ ଖେଳି ନପାରନ୍ତି । ରାଜସ୍ଥାନ ରୟାଲ୍ସର ତାରକା ଅଲ୍ରାଉଣ୍ଡର ଜଣକ ପାରିବାରିକ ସମସ୍ୟା ପାଇଁ ନୁ୍ୟଜିଲାଣ୍ଡରେ ଅଛନ୍ତି । ବିଶ୍ୱର ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ ଷ୍ଟୋକ୍ସଙ୍କୁ ମାନ୍ୟତା ମିଳିଛି । ଗତ ମାସ ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳା ମଝିରୁ ଘରକୁ ଫେରି ଯାଇଥିଲେ । ଏଥିରେ ଷ୍ଟୋକ୍ସଙ୍କ ବାପାଙ୍କୁ ବ୍ରେନ୍ କ୍ୟାନ୍ସର ତେଣୁ ଇଂଲଣ୍ଡ ପାଇଁ ଖେଳୁଥିବା ନୁ୍ୟଜିଲାଣ୍ଡରେ ଜନ୍ମିତ ଷ୍ଟୋକ୍ସ ପରିବାର ସହ ସମୟ ବିତାଇବାକୁ ନିଷ୍ପତ୍ତି ନେଇଥିଲେ । ନୁ୍ୟଜିଲାଣ୍ଡ ପହଞ୍ଚିବା ପରେ ଷ୍ଟୋକ୍ସ ୧୪ ଦିନ କ୍ୱାରଣ୍ଟାଇନ୍ରେ ଥିଲେ । ଏହି ଅବଧି ଶେଷ ହୋଇଥିବାରୁ ଷ୍ଟୋକ୍ସ ବାପାଙ୍କୁ ଭେଟିବାର ସହ ପରିବାର ସହ ସମୟ ବିତାଉଛନ୍ତି । ଏଦୃଷ୍ଟିରୁ ସେ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଦଳ ସହ ଯୋଗଦେଇ ପାରିବେ ନାହିଁ ବୋଲି ରୟାଲ୍ସ ପକ୍ଷରୁ କୁହାଯାଇଛି । ରାଜସ୍ଥାନ ରୟାଲ୍ସ ଦଳ ଅଲ୍ରାଉଣ୍ଡର ଷ୍ଟୋକ୍ସଙ୍କୁ ୧୨.୫ କୋଟି ଟଙ୍କାରେ ନିଲାମ୍ରୁ କିଣି ଥିଲା । କରୋନା ମହାମାରୀ କାରଣରୁ ଆଇପିଏଲ ତ୍ରୟୋଦଶ ସଂସ୍କରଣରୁ ଚଳିତ ମାସ ୧୯ରୁ ୟୁଏଇରେ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖରେ ଶେଷ ହେବ ।