Odisha news

ଗଂଜେଇ ମାଫିଆଙ୍କ ଆକ୍ରମଣରେ ଗୃହ ରକ୍ଷୀଙ୍କ ମୃତ

0
ମାଲକାନଗିରି : ଗତ କାଲି ରାତିରେ ଶତାଧିକ ଗଂଜେଇ ମଫିଆ କାଉଡି ସାହାଯ୍ଯରେ ଜଙ୍ଗଲିଆ ରାସ୍ତା ଦେଇ ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ଥାନାର ଏକ ଗୃହ ରକ୍ଷୀ ବନବାସୀ ମହାରଣ ଚାଉଳମେନ୍ଦି ନିକଟସ୍ଥ ନୂଆଗୁଡା ଜଂଗଲେ ଗଂଜେଇ ମାଫିଆର ଟାଙ୍ଗିଆ ଚୋଟରେ ଗୁରୁତର ଆହାତ ହୋଇ ମାଥିଲି ଚିକିତ୍ସାଳୟରେ ମୃତ୍ୟୁ ବରଣ କରିଛନ୍ତି!ତାଙ୍କ ଘର ବାଲିମେେଳାରେ ବୋଲି ଜଣାପଡିଛି !
ପ୍ରପ୍ତ ସୂଚନା ଅନୁସାରେ ଶତାଧିକ ଗଂଜେଇ ମାଫିଆ କାଉଡି ସାହାଯ୍ଯରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗତ ରାତିରେ ଜଂଗଲିଆ ରାସ୍ତା ଦେଇ ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ନିର୍ଭର ଯୋଗ୍ଯ ସୂତ୍ରରୁ ଖବର ପାଇ ଓର୍କେଲ ପୋଲିସ ଏବଂ ମାଥିଲି ପୋଲିସ ଚଢାଉ କରିଥିଲେ !ତେବେ ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ନିକଟସ୍ଥ ନୂଆଗୁଡା ଜଂଗଲରେ ଗଂଜେଇ ଭାର କରି କାଉଡିଆମାନେ ଯାଉଥିବା ବେଳେ ପୋଲସ ଓ ଗଂଜେଇ କାଉଡିଆଙ୍କ ମଧ୍ଯରେ ଧସ୍ତଧସ୍ତି ହୋଇଥିଲା !
ଏହାର ସୁଯୋଗ ନେଇ ଗଂଜେଇ ମାଫିଆମାନେ ଗୃହରକ୍ଷୀ ବନବାସୀ ମହାରଣଙ୍କ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରିଥଲେ  ଫଳରେ ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହୋଇ ସେ ଘଟଣା ସ୍ଥଳରେ ଗୁରୁତର ଆହାତ ହୋଇଥିଲେ !ସଂକଟାପନ୍ନ ଅବସ୍ଥାରେ ତାଂକୁ ତୁରନ୍ତ ନିକଟସ୍ଥ ମାଥିଲି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ବେଳେ  କିଛି ସମୟ ପରେ ବନବାସୂ ମହାରଣାଙ୍କର ମୃତ୍ୟୁ ଘଟିଥିଲେ !ଅନ୍ଯପକ୍ଷରେ ଅନ୍ଧାରର ସୁଯୋଗ ନେଇ ଗଂଜେଇ ଚୋରା ଚାଲାଣକାରୀମାନେ ଖସିଯିବାରେ ସକ୍ଷମ ହୋଇଥିବା ଜଣା ପଡିଛି !ବର୍ତ୍ତମାନ ବାଲିମେଳାରେ ବନବାସୀ ମହାରଣାଙ୍କ ସପରିବାର ଗଂଜାମର ଆସ୍କା ଅଞ୍ଚଳରେ ରହିଥିବା କୁହାଯାଇଛି !
Govt
Leave A Reply