Odisha news

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ବରୀରେ ବନ୍ୟା ବିପନ୍ନଙ୍କୁ ସହାୟତା

0

ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକରେ ବନ୍ୟା ବିପନ୍ନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଚନ୍ଦନପୁର ପଞ୍ଚାୟତର କୁନି ଛକରେ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି । ବରୀ ବ୍ଲକରେ ୧୨୦୦ ବିପନ୍ନଙ୍କୁ ଏହି ସହାୟତା ମିଳିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଏହି କାର୍ଯ୍ୟ କ୍ରମରେ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଜିଲ୍ଲା ସଭାପତି ସନ୍ତୋଷ କୁମାର ବିଶ୍ୱାଳ, ରାଜ୍ୟ ସମ୍ପାଦକ ନିର୍ମଳ ଜେନା, କାହ୍ନୁ ଚରଣ ସାମଲ, ଅନିରୁଦ୍ଧ ବେଉରିଆ, ଦୟାନିଧି ନାୟକ, କର୍ଣ୍ଣ ଚନ୍ଦ୍ର ଘଡ଼ାଇ, ରସୁଲପୁର ବ୍ଲକ ସମ୍ପାଦକ ଦୁଃଶାସନ ସାହୁ, ବରୀ ବ୍ଲକ ସମ୍ପାଦକ ରବିନାରାୟଣ ପତି, ନୃସିଂହ ଚରଣ ବେହେରା ପ୍ରମୁଖ ଶିକ୍ଷକ ନେତା ମାନେ ଉପସ୍ଥିତ ରହି ସାହାଯ୍ୟ କରିଥିଲେ

Leave A Reply