Odisha news

ବଳି ଉଦ୍ଦେଶ୍ୟ ରେ ନାବାଳିକା ଅପହରଣ ଉଦ୍ୟମ ପଣ୍ଡ : ତିନି ଗିରଫ, ତାନ୍ତ୍ରିକ ସହ ପାଞ୍ଚ ଫେରାର

0
ଆସିକା : ବିପୁଳ ଟଙ୍କାପଇସା ପାଇବା ଲୋଭ ରେ ଜଣେ ଗରିବ ନାବାଳିକା କୁ ଅପହରଣ କରି ବଳି ପକାଇବା ଯୋଜନାକୁ ଆସିକା ପୋଲିସ ପଣ୍ଡ କରିଛି। ଥାନା ଅନ୍ତର୍ଗତ ଚଷା ପିତଳ ଗ୍ରାମରେ ରହୁଥିବା ସ୍ଵରାଜ୍ୟ ଗୌଡ ଙ୍କ ନାବାଳିକା ଭଉଣୀକୁ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମ ର ଚିତ୍ରସେନ ତରାଇ, ପଞ୍ଚା ଗୌଡ ଓ ରାମଚନ୍ଦ୍ରପୁର ଗ୍ରାମ ର ସାଧୁ ସ୍ୱାଇଁ ଅନ୍ୟ ପାଞ୍ଚ ଙ୍କ ସହ ମିଶି ୩୦ ହଜାର ଟଙ୍କା ମୂଲ୍ୟ ରେ କିଣିବାକୁ ଚେଷ୍ଟା କରିଥିଲେ। ସ୍ଵରାଜ୍ୟ ଏଥିରେ ରାଜି ନହେବାରୁ ଅଭିଯୁକ୍ତ ମାନେ ତାଙ୍କୁ ଡରାଇ ଧମକାଇ ଆସୁଥିଲେ।
ତେବେ ୪ ତାରିଖ ରାତି୯ ଟା ବେଳେ ଖଣ୍ଡା ଓ କାତି ଧରି ନାବାଳିକା କୁ ଜୋରଜବରଦସ୍ତି ଅପହରଣ ଚେଷ୍ଟା କରିଥିଲେ।ଅଭିଯୁକ୍ତ ମାନଙ୍କ ସହ ସ୍ଵରାଜ୍ୟ ର ପ୍ରବଳ ପାଟିତୁଣ୍ଡ ହୋଇଥିଲା ଓ ସେମାନେ ସ୍ଵରାଜ୍ୟ କୁ ହତ୍ୟା ଉଦ୍ୟମ ମଧ୍ୟ କରିଥିବା ବେଳେ ସାହି ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ।ପୋଲିସ କୁ ଦେଖି ଅଭିଯୁକ୍ତ ମାନେ ଛତ୍ର ଭଙ୍ଗ ଦେଇଥିବା ବେଳେ ପୋଲିସ ଚିତ୍ରସେନ ତରାଇ, ପଞ୍ଚା ଗୌଡ ଓ ସାଧୁ ସ୍ୱାଇଁ  ଙ୍କୁ ଗିରଫ କରିଥିଲା।
ମୋଟର ସାଇକଲ ସହ ଖଣ୍ଡା ଓ କାତି କୁ ଜବତ କରିଥିଲା। ସ୍ଵରାଜ୍ୟ ର ଅଭିଯୋଗ କୁ ନେଇ କେସ ନଂ୪୪୬ ରେ ମାମଲା ରୂଜୁ ହୋଇଥିଲା।ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱ ରେ ତଦନ୍ତ କରିବାରେ ଜନସାଧାରଣ ଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ପଦାକୁ ଆସିଥିଲା।ଋଷିକୁଲ୍ୟା ନଦୀ ଆବାହିକା ଅଞ୍ଚଳର ଏକ ଠାକୁରାଣୀ ମନ୍ଦିର ରେ ବଳି ଦେଲେ  ବିପୁଳଅର୍ଥ ପାଇବା ପରାମର୍ଶ ଓ ଲୋଭରେ ଜଣେ ତାନ୍ତ୍ରିକ କୁ ଧରି ଅଭିଯୁକ୍ତ ମାନେ ଉଦ୍ୟମ କରୁଥିଲେ।ସ୍ଵରାଜ୍ୟ ର ପାରିବାରିକ ସ୍ଥିତି ଓ ଆର୍ଥିକ ଦୂରବସ୍ଥା ଦେଖି ସେମାନେ ତାର ନାବାଳିକା ଭଉଣୀ କୁ ଟାର୍ଗେଟ କରିଥିଲେ। ପୋଲିସ ଅନ୍ୟ ସମସ୍ତ ଅଭିଯୁକ୍ତ ଓ ତାନ୍ତ୍ରିକ କୁ ଚିହ୍ନଟ କରିସାରିଥିବା ଓ ଗିରଫ ନେଇ ଉଦ୍ୟମ ଚଳାଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।
Leave A Reply