Odisha news

ହୀରାକୁଦ ଡ଼୍ୟାମ୍ ର ୧୯ ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ

0

ସମ୍ବଲପୁର, ୨ ସେପ୍ଟେମ୍ବର  :  ଆଜି ସଂନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଡ଼୍ୟାମ୍ ର ମୋଟ୍ ୨୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ଜାରୀ ରହିଥିବା ବେଳେ ଉପର ମୁଣ୍ଡରୁ ଜଳ ଭଣ୍ଡାର ମଧ୍ୟକୁ ଜଳ ସ୍ରୋତର ମାତ୍ରା ହ୍ରାସ ପାଇଥିବାରୁ ତାହାକୁ ଦୃଷ୍ଟିରେ ରଖି ପରବର୍ତି ନିର୍ଦ୍ଦେଶ ପ୍ରକାରେ ଅନ୍ୟ ୩ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ଏବେ ମୋଟ୍ ୧୯ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ଛଡ଼ା ଯାଉଛି । ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ରେ ୧୨ଟି ଏବଂ ଡ଼ାହାଣ ପାଶ୍ୱର୍ ଡାଇକ୍ ର ୭ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରୀ ରହିଛି ।
ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୯ ହଜାର ୩୯୨ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୧୯ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୦ ହଜାର ୯୦୪ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳସ୍ତର ୬୨୪.୬୭ ଫୁଟ୍ ରହିଛି ।

Govt
Leave A Reply