ବାରଙ୍ଗ : ପ୍ରାଣିଉଦ୍ୟାନ ନନ୍ଦନକାନନର ୧୬ନଂ ଏନ୍କ୍ଲୋଜରରେ ରହୁଥିବା ୩୨ବର୍ଷର ହିମାଳୟକଳାଭାଲୁ ଚୁଲୁ ରବିବାରଦିନ ୨ଟାରେ ମୃତୁ୍ୟବରଣ କରିଛି ।ସେ ଗତ କିଛିଦିନ ହେବ ଅସୁସ୍ଥ ହୋଇଥିଲା । ଚଲାବୁଲା କରିନପାରି ଗୋଟିଏ ସ୍ଥାନରେ ପଡିରହୁଥିଲା । ସ୍ୱାଭାବିକ ଠାରୁ ବହୁତ କମ୍ ପରିମାଣର ଖାଦ୍ୟ ଗ୍ରହଣ କରୁଥିଲା । ବୟାସ୍କାଧିକ ଯୋଗୁ ଡାହଣପଟ ପଛଗୋଡ ପକ୍ଷାଘାତଜନିତ ସମସ୍ୟା ଦେଖାଦେଇଥିଲା ।
ଗତ ୧୫ତାରିଖରେ ଦ୍ୱିତୀୟଥିପାଇଁ ବୁଲୁ ଅସୁସ୍ଥ ହେବାପରେ ନନ୍ଦନକାନନ କର୍ତୁପକ୍ଷଙ୍କ ପାଇଁ ଚିନ୍ତା ବଢିଯାଇଥିଲା । ୨୧ତାରିଖରେ ଓୟୁଏଟିର ବିଶେଷଜ୍ଞ ଡାକ୍ତରମାନେ ଆସି ବୁଲୁର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରି ଭେନ୍ ନମିଳିବାରୁ ରକ୍ତନମୁନା ସଂଗ୍ରହ ନକରିପାରି ଫେରିବା ସହ ରକ୍ତନମୁନା ସଂଗ୍ରହ କରି ପଠାଇବାକୁ ଏଠାକାର ଡାକ୍ତରମାନଙ୍କୁ କହିଯାଇଥିଲେ ।ତେବେ ଏଠାକାର ଡାକ୍ତରମାନଙ୍କ ଚିକିସ୍ା ସତ୍ୱେ ରବିବାର ଦିନ ଚୁଲୁ ମୃତୁ୍ୟବରଣ କରିଥିଲା । ଚୁଲର ମୃତୁ୍ୟ ପରେ ନନ୍ଦନକାନନରେ ହିମାଳୟକଳାଭାଲୁ ସଂଖ୍ୟା ହ୍ରାସ ପାଇ ୪ରେ ପହଁଚିଛି । ସେଥିମଧ୍ୟରେ ଦୁଇମାଇ ଓ ଦୁଇ ଅଣ୍ଡିରା ହିମାଳୟ କଳାଭାଲୁ ରହିଛନ୍ତି