ଜାପାନରେ ଲୋକଙ୍କ ମନରୁ କରୋନା ଭୟ ଦୂର କରିବା ପାଇଁ ଗୋଟିଏ ଗ୍ରୁପ୍ ଅଜବ ତରିକା ଗ୍ରହଣ କରିଛନ୍ତି । ସେମାନେ ଲୋକଙ୍କୁ କଫିନ୍ରେ ଶୁଆଇ ଭୟଙ୍କର ବେଶରେ ଭୟଭୀତ କରାଉଛନ୍ତି । ଡରରେ ଚିଲାଇବା ପାଇଁ ୧୫ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କୁ କଫିନ୍ ଭିତରେ ରଖାଯାଇ ଭୟଙ୍କର କାହାଣୀ ଶୁଣାଯାଏ । ସେମାନଙ୍କୁ ନକଲି ହାତରେ କେଞ୍ଚାଯାଏ, ଉପରକୁ ପାଣି ଫିଙ୍ଗାଯାଏ । ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ପ୍ରଡକ୍ସନ କମ୍ପାନି କହିଛି କରୋନା ଯୋଗୁ ଲୋକ ଅବସାଦରେ ଅଛନ୍ତି । ଏଭଳି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଅବସାଦରୁ ମୁକ୍ତି ଦିଆଯାଉଛି । ଏହା ଲୋକଙ୍କୁ ଭଲ ଲାଗୁଛି । ଏ କାର୍ଯ୍ୟକ୍ରମ ଉପରେ ପ୍ରାୟ ୮ ଲକ୍ଷ ଡଲାର ଖର୍ଚ୍ଚ କରାଯାଇଛି ।
