Odisha news

କରୋନା ଛାଟ : ଫିକା ପଡିବ ପାର୍ବଣ ରୁତୁ, ଦୁର୍ଗାପୂଜା ନେଇ ଅନିଶ୍ଚିତତା ; ଆରମ୍ଭ ହୋଇନି ପ୍ରସ୍ତୁତି

0
କୋଦଳା : ପାର୍ବଣ ରୁତୁ ସାଧାରଣ ଭାବେ ଗଣେଷ ପୂଜା ଠାରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ କରୋନା ଯୋଗୁଁ ଗଣେଷ ପୂଜା ପାଳନରେ କଟକଣା ଜାରି ହେବା ପରେ ଏବେ ପୂରା ପାର୍ବଣ ରୁତୁ ନେଇ ସସପେନ୍ସ ଦେଖା ଦେଇଛି। ସରକାର ଓ ପ୍ରଶାସନ ଏନେଇ କୌଣସି ସ୍ପଷ୍ଟ ଗାଇଡ୍ ଲାଇନ୍ ଜାରି କରି ନାହାଁନ୍ତି। ଏଣୁ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳର ସମସ୍ତ ଦୁର୍ଗାପୂଜା କମିଟି ଏବେ ସରକାରୀ ନିର୍ଦ୍ଦେଶ କଣ ରହୁଛି ତାକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ କରୋନା ପାଇଁ ଚଳିତ ବର୍ଷ ଦଶହରା ପର୍ବ ମଧ୍ଯ ଫିକା ପଡିବା ନେଇ ଏବେ ଠାରୁ ଆଶକାଂ କରାଯାଉଛି। କରୋନା ମହାମାରୀ କଟକଣା ଯୋଗୁଁ ଏବର୍ଷ ବହୁ ଯାତ ନୀତି, ପୂଜା ଓ ପର୍ବପର୍ବାଣୀ, ପାରମ୍ପରିକ ଉସ୍ଛବ ବନ୍ଦ ହୋଇଯାଇଛି। ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଠାରୁ ଆରମ୍ଭ କରି ବେଗୁନିଆପଡ଼ା ଅଞ୍ଚଳର ବହୁ ପାରମ୍ପରିକ ପୂଜା ବନ୍ଦ ହୋଇ ଯାଇଥିଲା।
ତେବେ ଦୁର୍ଗାପୂଜା ନେଇ ପ୍ରଶାସନ କୌଣସି ଘୋଷଣା କରିନାହିଁ। କିନ୍ତୁ ଗଣେଷ ପୂଜା ପରେ ପରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହାପରେ ଆସିବ ବିଶ୍ବକର୍ମା ପୂଜା। ଏହା ମଧ୍ୟ ନିରାଡାମ୍ବର ଭାବେ ପାଳନ ହେବା ଏକପ୍ରକାର ନିଶ୍ଚିତ ହୋଇ ସାରିଲାଣି। ଆଶା ଆଶକାଂ ମଧ୍ଯରେ ସମସ୍ତେ ରହିଥିବାରୁ ଦୂର୍ଗା ପୂଜା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ଆରମ୍ଭ ହୋଇ ପାରୁନି। ଶୁଭଖୁଣ୍ଟି ଓ ମାଟି ପୂଜା ମଧ୍ୟ ସଂପର୍ଣ୍ଣ ହୋଇ ପାରୁନି। ସୂଚନା ଯୋଗ୍ୟ ଯେ, କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ବହୁ ବର୍ଷ ଧରି ଦୁର୍ଗାପୂଜା ହୋଇ ଆସୁଛି। ତେବେ ଚଳିତ ବର୍ଷ ଏଯାବତ୍ କୌଣସି ପ୍ରସ୍ତୁତି ହୋଇନାହିଁ।
କରୋନା ସଂକ୍ରମଣ କାରଣରୁ ପ୍ରଶାସନ ସବୁ ପର୍ବପର୍ବାଣୀ ବନ୍ଦ କରୁଥିବାରୁ ଏବର୍ଷ ଦୁର୍ଗାପୂଜା ମଧ୍ୟ ବନ୍ଦ ହୋଇପାରେ ବୋଲି ଏକ ପ୍ରକାର ନିଶ୍ଚିତ ମନେ ହେଉଛି। ସୂଚନା ଯୋଗ୍ୟ ଯେ, କୋଦଳା ବସଷ୍ଟାଣ୍ଡରେ ବହୁ ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି। ସେହିପରି ବେଗୁନିଆପଡ଼ା ବସଷ୍ଟାଣ୍ଡ ଓ ପରିବା ମାର୍କେଟ ରେ ମଧ୍ୟ ଦୀର୍ଘ ବର୍ଷ ଧରି ପୂଜା ହେଉଛି। ତେବେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର କୌଣସି ନିର୍ଦେଶ ଏଯାବତ୍ ଆସି ନଥିବାରୁ ମୃଣ୍ମୟୀ ମୂର୍ତ୍ତି ପୂଜା ବନ୍ଦ ହେଲେ ମଧ୍ୟ ଏଠାରେ ବିଧିବିଧାନ ପାଳନ ସହ ଦୁର୍ଗାଙ୍କ ଫଟୋ ପୂଜା କରାଯାଇ ହୋମଯଜ୍ଞ ଓ ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ ଆଦି କରାଯିବା ନେଇ ଆୟୋଜକ କମିଟିର ସଦସ୍ୟ ମାନେ କହିଛନ୍ତି। ଯାହା ଫଳରେ କି ଚଳିତବର୍ଷ ଦଶହରାରେ ମୂର୍ତ୍ତି ପୂଜା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
Leave A Reply