Odisha news

ସ୍ୱଦେଶୀ ଯୁଦ୍ଧାସ୍ତ୍ର ଓ ଆତ୍ମନିର୍ଭର ଭାରତ ଅଭିଯାନ

0

ନଗେନ୍ଦ୍ର ନାଥ ପଟ୍ଟନାୟକ : ସଂପ୍ରତି କେନ୍ଦ୍ର ସରକାରଙ୍କ ଘୋଷିତ ଆତ୍ମନିର୍ଭର ଭାରତ ଯୋଜନା ମୁତାବକ ସର୍ବମୋଟ ଶହେ ଏକ ବିଷୟକୁ ନେଇ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରାଯାଇଛି । ଏସବୁର ଆମଦାନି ଉପରେ କଡା କଟକଣା ଲାଗୁ କରାଯିବାକୁ ନୀତିଗତ ଭାବେ ନିଷ୍ପର୍ତିି ଗ୍ରହଣ କରିଛନ୍ତି ସରକାର । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହେବାର ଏହା ଏକ ବଳିଷ୍ଠ ତଥା ଐତିହାସିକ ପଦକ୍ଷେପ ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । ଭାରତଛାଡ ଆନେ୍ଦାଳନର ୭୮ତମ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣର ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ପ୍ରକ୍ରିୟାର ଶୁଭାରମ୍ଭ ଆଗାମୀ ଡିସେମ୍ବର ୨୦୨୦ରୁ କରାଯାଇ ଡିସେମ୍ବର ୨୦୨୫ରେ ପରିସମାପ୍ତି ଘଟିବ ବୋଲି ଲକ୍ଷ ରଖାଯାଇଛି । ଅତଏବ ଏହି ପାଂଚବର୍ଷର ଅବଧି ମଧ୍ୟରେ ସାମରିକ ଉପକରଣ ଓ ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସ୍ୱଦେଶୀ କମ୍ପାନୀଗୁଡିକ ଏ ଦିଗରେ ପୂରାପୂରି କାର୍ଯ୍ୟକ୍ଷମ ହୋଇପାରିବ ଏଥିସହିତ ବିଶ୍ୱର ବୃହତ ସାମରିକ ଶକ୍ତିସଂପନ୍ନ ଦେଶଗୁଡିକରୁ ଭାରତକୁ ଆମଦାନୀ କରାଯାଉଥିବା ଯୁଦ୍ଧାସ୍ତ୍ର ଓ ସୁରକ୍ଷା ଉପକରଣ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇପାରିବ । ଦେଶରେ ସାମରିକ ଉପକରଣ ଓ ପ୍ରତିରକ୍ଷା ସାମଗ୍ରୀ ସ୍ୱଦେଶୀ ଢାଂଚାରେ ନିର୍ମାଣ ହେଉନଥିବା କାରଣରୁ ଭାରତୀୟ ସେନାଙ୍କୁ ପର୍ଯ୍ୟାପ୍ତ ହାତ-ହତିଆର ଦେବା ଲାଗି ବିଶ୍ୱର ଅନ୍ୟାନ୍ୟ ଶକ୍ତିଶାଳୀ ଦେଶଗୁଡିକ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି ।

ବାସ୍ତବରେ ବହୁ କ୍ଷେତ୍ରରେ ଆମେ ବିକାଶ ଓ ଆତ୍ମନିର୍ଭରଶୀଳତା ଦାବି ଦୋହରାଉଥିବାବେଳେ ନିଜ ଦେଶର ପ୍ରତିରକ୍ଷା ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବିଦେଶୀ ରାଷ୍ଟ୍ରଗୁଡିକ ଉପରେ ନିର୍ଭର କରୁଛେ, ଯାହାକି ଆମର ପ୍ରକୃତ ବିକାଶ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଇଠି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ, ଆମ ଦେଶର ସାମରିକ ଆବଶ୍ୟକତାକୁ ପୂରଣ କରବା ବଦଳରେ ଅନ୍ୟ ଉପରେ ଏଥିପାଇଁ ନିର୍ଭରଶୀଳ ହେବା ଦ୍ୱାରାଲ କଣ ଦେଶର ପ୍ରଭୂତ କ୍ଷତି ଘଟୁନି କି ? ପୁନଶ୍ଚ ଆଉ ଏକ ପ୍ରଶ୍ନ ଆମ ମନରେ ସ୍ୱତଃ ଉଙ୍କିମାରେ, ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସାମରିକ ରାଷ୍ଟ୍ରଗୁଡିକ କଣ ଆମକୁ ପୁରୁଣାକାଳିଆ ଅସ୍ତ୍ରଶସ୍ତ୍ର ରପ୍ତାନି କରୁଛନ୍ତି କି ? ଅସ୍ତ୍ରଶସ୍ତ୍ର କାରବାରରେ ସର୍ତାବଳୀର ଏକପାଖିଆ ନିର୍ଦ୍ଧାରଣ କଣ ଯଥାର୍ଥ ? ତେବେ ଏକଥା ନିରାଟ ସତ ଯେ,ଏବେସୁଦ୍ଧା ଅଧିକାଂଶ ସୁରକ୍ଷା ସାମଗ୍ରୀର କାରବାର କ୍ଷେତ୍ରରେ ସାମରିକ ଶକ୍ତିସଂପନ୍ନ ଦେଶଗୁଡିକ ମନମାଫିକ ସର୍ତର୍ାବଳୀ ଆଧାରରେ ଆମକୁ ପୁରୁଣାକାଳିଆ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାତ୍ସ ଧରାଇଦେଉଛନ୍ତି, ଯାହାଫଳରେ ଆମକୁ ପରବର୍ତର୍ୀ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ସାମରିକ ସାମର୍ଥ୍ୟ ହାସଲ କରିଥିବା ଡିଆ.ର.ଡିଏ ଭଳି ପ୍ରତିଷ୍ଠିତ ସଂସ୍ଥା ବୈଷୟିକ ଜ୍ଞାନକୌଶଳ ବଳରେ ଅତ୍ୟାଧୁନିକ ଘାତକ ଅସ୍ତ୍ରଶସ୍ତ୍ର ନିର୍ମାଣ ଆରମ୍ଭ କରୁ ବୋଲି ଏବକାର ସରକାର ଚାହାଁନ୍ତି । ଉତ୍ପାଦନ କ୍ରମଶଃ ସ୍ୱଦେଶୀ ହେଲେ ବୈଷୟିକ ଜ୍ଞାନ କୌଶଳ ବିକଶିତ ହୋଇପାରିବ । ପୁଣି ପ୍ରତିରକ୍ଷା ସାମଗ୍ରୀ ଓ ସାମରିକ ଉପକରଣ ଉଣାଅଧିକେ ସ୍ୱଦେଶୀକରଣ ହେବା ଦ୍ୱାରା ଆମ ଦେଶର କୋଟିକୋଟି ବିପୁଳ ଅର୍ଥରାଶୀ ସଂଚିତ ହୋଇପାରିବ । କହିବା ବାହୁଲ୍ୟ ଯେ, ଅତ୍ୟାଧୁନିକ ହାତ-ହତିଆର ଓ ଯୁଦ୍ଧାସ୍ତ୍ର ବଜାରରେ ଆମଦାନୀ କରୁଥିବା ବିଶ୍ୱର ପ୍ରଥମ ତିନୋଟି ବୃହତ ରାଷ୍ଟ୍ରମାନଙ୍କ ମଧ୍ୟରୁ ଆମଦେଶ ଅନ୍ୟତମ । ବିଗତ ପାଂଚବର୍ଷ ମଧ୍ୟରେ ଆମ ଦେଶ ୧୬ ଅରବ ଡଲାରରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଓ ଯୁଦ୍ଧ ସରଂଜାମ ବିଦେଶୀ ରାଷ୍ଟ୍ରରୁ ଆମଦାନୀ କରାସାରିଛି ।

ତେବେ ନିଛକ ସତ କଥାଟି ହେଉଛି ପ୍ରତିରକ୍ଷା ସାମଗ୍ରୀର ଆବଶ୍ୟକତା ପୂରଣ ସକାଶେ ଆମ ଦେଶ ବିଶ୍ୱର ଅନ୍ୟାନ୍ୟ ସାମରିକ ଶକ୍ତିସମ୍ପନ୍ନ ଦେଶଗୁଡିକ ଉପରେ ନିର୍ଭର କରୁଛି । ଏକ ସମୟରେ ବିଶ୍ୱର ମହଶକ୍ତିଶାଳୀ ଦେଶ ସୋଭିଏତ ରୁଷିଆରୁ ଯଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସାମରିକ ସଂରଜାମ ଆମଦାନୀ କରୁଥିବା ଭାରତ ଏବେ ଦୁନିଆରେ ଅନ୍ୟାନ୍ୟ ଦେଶଗୁଡିକରୁ ମଧ୍ୟ ଏସବୁ ଅତ୍ୟାଧୁନିକ ମାରକ ଅସ୍ତ୍ରଶସ୍ତ୍ର ଖରିଦ କରିବାରେ ଲାଗିପଡିଛି ।

ଷ୍ଟ୍କହୋମ ଇଂଟରନେସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୪ ରୁ ୨୦୧୮ ବର୍ଷ ମଧ୍ୟରେ ଦୁନିଆର ପ୍ରମୁଖ ଦେଶଗୁଡିକ ମଧ୍ୟରେ ଭାରତ ସବୁଠାରୁ ବଡ ଯୁଦ୍ଧାସ୍ତ୍ର ଆମଦାନିକାରୀର ମାନ୍ୟତା ଲାଭ କରିଥିଲା । ବୈଶ୍ୱିକ ସ୍ତରରେ ଭାରତର ଅଂଶଧନ ଥିଲା କେବଳ ୯.୫ ପ୍ରତିଶତ । ତେବେ ୨୦୦୯ରୁ ୨୦୧୩ ଏବଂ ୨୦୧୪ରୁ ୨୦୧୮ ମଧ୍ୟରେ ଯୁଦ୍ଧାସ୍ତ୍ର ଆମଦାନୀରେ ୨୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା । ସରକାରଙ୍କର ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥା କ୍ଷେତ୍ରକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ନୂତନ ବିନିର୍ମାଣ ଓ ଉତ୍ପାଦନ ଆରମ୍ଭ ହେବା ସଙ୍ଗେସଙ୍ଗେ କର୍ମନିଯୁକ୍ତିର ନୂତନ କ୍ଷେତ୍ର ସୃଷ୍ଟିହେବାର ମାର୍ଗ ଉନ୍ମୁକ୍ତ ରହିବ । ସର୍ବୋପରି ଅର୍ଥବ୍ୟବସ୍ଥା ଓ ରୋଜଗାର କ୍ଷେତ୍ରରେ ଏଳବେଳକେ ପ୍ରଚୁର ଫାଇଦା ମିଳିବ ବୋଲି ଅନୁମାନ କରାଯାଏ । ଏଥିପାଇଁ ସରକାର ୫୨,୦୦୦ କୋଟି ବଜେଟର ପ୍ରାବଧାନ କରିଛନ୍ତି ।

ଆଗାମୀ ପାଂଚ-ସାତ ବର୍ଷ ମଧ୍ୟରେ ବରାଦ ଅନୁଯାୟୀ ଚାରିଲକ୍ଷ କୋଟିରୁ ଅଧିକ ଅର୍ଥରାଶୀ ଭାରତୀୟ କମ୍ପାନୀଗୁଡିକୁ ପ୍ରଦାନ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ପୁନଶ୍ଚ ଏକଥା ବି ସ୍ପଷ୍ଟତଃ ଜଣାପଡିଛି ଯେ ବର୍ତର୍ମାନ ହାଲୁକା ଲଢୁଆ ହେଲିକପ୍ଟର,ମାଲବାହୀ ବିମାନ,ପାରମ୍ପରିକ ବୁଡାଜାହାଜ, କ୍ରୁଜ କ୍ଷେପଣାସ୍ତ୍ର ସାଙ୍ଗକୁ ରାଡାର, ଆର୍ଟିଲେରି ଗନ, ତଟୀୟ ପୋତଜାହାଜ, ବୈଦୁ୍ୟତିକ ଯୁଦ୍ଧ ପ୍ରଣାଳୀ ଆଗାମୀ ପିଢିର ମିସାଇଲ ପୋତ, ଆର୍ଟିଲେରି ଗନ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଉପକରଣ ନିର୍ମାଣ କରାଯିବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି । ସମଗ୍ର ବିଶ୍ୱରେ ମୋଟ ଏମିତି ୫୮ଟି ପ୍ରମୁଖ ଦେଶ ରହିଛି ଯେଉଁମାନେ କି ନିଜର ଅତ୍ୟାଧୁନୀକ ବିଧ୍ୱଂସକ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ରଗୁଡିକୁ ଅନ୍ୟାନ୍ୟ ଦେଶମାନଙ୍କୁ ରପ୍ତାନୀ କରିଥାଆନ୍ତି ।

ମାତ୍ର ଟିକିଏ ତଳେଇ ଦେଖିଲେ ଜଣାଯାଏ ଯେ,ଏଥିମଧ୍ୟରୁ ୭୪ ପ୍ରତିଶତ ଯୁଦ୍ଧାସ୍ତ୍ର ବିଶ୍ୱର କେବଳ ପ୍ରାଂଚଟି ପ୍ରମୁଖ ଶକ୍ତିଶାଳୀ ଦେଶ ଯଥା- ଆମେରିକା, ରୁଷିଆ, ଚୀନ ଓ ପ୍ରାନସ ଓ ଜର୍ମାନୀ ଇତ୍ୟାଦି ରପ୍ତାନୀ କରିଥାନ୍ତି । ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ନିର୍ମାଣ ଓ ରପ୍ତାନୀ କରୁଥିବା ପ୍ରଧାନତଃ ଏହି ପାଂଚଟି ଦେଶ ଏଭଳି କାରବାର କରି ନିଜକୁ ସମୃଦ୍ଧ କରିଛନ୍ତି । ସେପଟେ ଭାରତ କିନ୍ତୁ ଉନ୍ନତ ଅସ୍ତ୍ରଶସ୍ତ୍ର ,ଅତ୍ୟାଧୁନୀକ ଯୁଦ୍ଧବିମାନ ଓ ବହୁ ଛୋଟଛୋଟ ସାମରିକ ଉପକରଣ ତଥା ସରଂଜାଂମ ଓ ଜ୍ଞାନକୌଶଳ ଆହାରଣ ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କ ଦୟା ଉପରେ ନିର୍ଭର କରିବାରେ ଲାଗିପଡିଛି । ବିନିର୍ମାଣ ସଂକ୍ରାନ୍ତ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଯୋଜନା ମେକ ଇନ ଇଣ୍ଡିଆକୁ ମଧ୍ୟ ପ୍ରତିରକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ହେଲିକପ୍ଟର ନିର୍ମାଣ କରିବାର ରାସ୍ତା ବି ଉନ୍ମୁକ୍ତ ରଖାଯାଇକ୍ତି । ହିନ୍ଦୁସ୍ତାନ ଏରୋନେଟିକସ୍ ଲିମିଟେଡ ଭାରତୀୟ ସେନାଙ୍କ ପାଇଁ ଯୁଦ୍ଧ ହେଲିକପ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଲାଣି । ଏଚ,ଏ,ଏଲ ଅନୁସାରେ ଦଶରୁ ପନ୍ଦର ଟନରେ ନିର୍ମିତ ଏହି ହେଲିକପ୍ଟର ବିଶ୍ୱର ଯେକୌଣସି ଉକ୍ରୃଷ୍ଟ ହେଲିକପ୍ଟର ଅପେକ୍ଷା ବେଶ୍ ଅତ୍ୟାଧୁନୀକ ଓ ଖୁବ ଶକ୍ତିଶାଳୀ ।

ଏଚ,ଏ,ଏଲର ମୁଖ୍ୟ ମାଧବନ କହିବାନୁସାରେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟ ଆରମ୍ଭ ହୋଇସାରିଲାଣି ଆଉ ଆଗାମୀ ୨୦୨୭ସୁଦ୍ଧା ଏହାକୁ ନିର୍ମାଣ କରାଯିବ । ଭାରତୀୟ ନୌସେନା ପାଇଁ ଦେଶରେ ପାଖାପାଖି ୪୫ ହଜାର କୋଟି ବ୍ୟୟରେ ଛଅଟି ପି -୭୫ ବୁଡାଜାହାଜ ନିର୍ମାଣ କରାଯିବାର ଲକ୍ଷ ରଖାଯାଇଛି ମେକ ଇନ ଇଣ୍ଡିଆ ଯୋଜନାରେ । ଖାଲି ସେତିକି ନୁହେଁ ଭାରତୀୟ ସେନାଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସବୁଠାରୁ ମାରାତ୍ମକ ତଥା ଘାତକ ଯୁଦ୍ଧାସ୍ତ୍ର ମଧ୍ୟରୁ ରାଇଫଲ ଏକେ ୧୦୩ ଅତିଶୀଘ୍ର ନିର୍ମାଣ କରାଯିବ । ତାଛଡା,ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ଏଇ ରାଇଫଲକୁ ରପ୍ତାନୀ କରାଯିବ । ମୋଟାମୋଟି ଭାବେ ଦେଖିଲେ ଆମ ଦେଶର ସୁପ୍ରସିଦ୍ଧ ବୈଜ୍ଞାନୀକମାନେ ସାମରିକ ସରଂଜାମ ତଥା ଉପକରଣ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବାର ସ୍ପପ୍ନକୁ ସାକାର କରିବାରେ ଏକପ୍ରକାର ପ୍ରତିଶ୍ରୁତିବଦ୍ଧ ।

Leave A Reply