Odisha news

କନ୍ଧମାଳ ଜିଲ୍ଲା ପକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କଲେ ମାଓବାଦୀ : ଗାଁସାଥିକୁ ଅପହରଣ ପରେ ଛାଡିଲେ ପୁର୍ବତନ ଏସପିଙ୍କ ବିରୋଧରେ ଲିଖିତ ମାଓ ପୋଷ୍ଟର ଛାଡିଗଲେ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) :  ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଂଚଳରେ ଥିବା ପକାରୀ ଘାଟିରେ ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରିବା ସହିତ ସେଠାରେ ବିଭିନ୍ନ ମାଓ ପୋଷ୍ଟର ଓ ଲିଫଲେଟ ଛାଡିଯାଇଛନ୍ତି ।

ସେଥିରେ ଆଜିଠାରୁ ଜିଲାରେ ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ୱାନ ସହିତ ଜିଲ୍ଲାରେ ପୋଲିସ ବାହୀନିର ଦମନଲୀଳା ବିରୋଧରେ ଏବଂ ପୁର୍ବତନ ଏସପିଙ୍କ ବିରୋଧରେ ଓ ଜବାନ ମାନଙ୍କ ଉଦେଶ୍ୟରେ ଏନକାଉଣ୍ଟର ନାଁରେ ଆତ୍ମସମର୍ପଣକାରୀ ମାନଙ୍କୁ ମଧ୍ୟ ଗୁଳି କରି ବାହାଦୁରୀ ନେଉଥିବା ଏବଂ ଏହା ଦ୍ୱାରା ପୁର୍ବତନ ଏସପି ପଦୋନ୍ନତି ପାଇଥିବା ନେଇ ଉଲ୍ଲେଖ ରହିଛି ।

ଗତକାଲି ମାଓବାଦୀ ମାନେ ସୁମେରବନ୍ଧ ପଂଚାୟତର ଜଣେ ଗାଁସାଥିଙ୍କୁ ଅପହରଣ କରିବା ସହିତ ପରେ ତାଙ୍କୁ ଛାଡିଦେଇଥିବା ସୁଚନା ମିଳିଛି । ଏହି ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଏହା ଘଟିଥିବା ନେଇ ସୁଚନା ଦେଇଛନ୍ତି ।

Leave A Reply