ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ପରେ ବର୍ତ୍ତମାନ ଆମେରିକା କମ୍ପାନୀ ଓରାକଲ ଟିକଟକର ବିଜନେସ କିଣିବା ପାଇଁ ଇଛା ପ୍ରକାଶ କରିଛି l FT ର ଏକ ରିପୋର୍ଟ ଅନୁସାରେ ଓରାକଲ ମଧ୍ୟ ଏହି ଚିନି ଆପର ଆମେରିକା ବିଜିନେସ କିଣି ପାରିବ l ରିପୋର୍ଟ ଅନୁସାରେ ସଫ୍ଟଓୟାର କମ୍ପାନୀ ଓରାକଲ ଟିକଟକର କମ୍ପାନୀ ୱେବ ସାଇଡ ସହିତ କଥାବାର୍ତା ଆରମ୍ଭ କରିଛି l ଏହା ଗୋଟିଏ କଥାବାର୍ତ୍ତା କରିବାର ଆରମ୍ଭ ବିଜିନେସ ପାଇଁ l ବର୍ତ୍ତମାନ ମାଇକ୍ରୋସପ୍ଟ ଟିକଟକକୁ କିଣିବା ପାଇଁ ବୋଧହୁଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ l
ସୂଚନା ଯୋଗ୍ୟ ଯେ ଆମେରିକାର ପ୍ରେସିଡେଣ୍ଟ ଟ୍ରମ୍ପ ଗୋଟିଏ ଏକଜୁକ୍ୟୁଟିଭ ଅର୍ଡର ପାସ କରିଛନ୍ତି l ଏଥିରେ ବାଇଟ ଡ୍ୟାନ୍ସକୁ ଏହା ଆଦେଶ ଦିଆଯାଇଛି ଯେ ୯୦ ମଧ୍ୟରେ ସେତାର ଆମେରିକାରେ ବିଜିନେସ ବିକ୍ରି କରିଦେଉ l ଟ୍ରମ୍ପ ଏହା କହିବା ପରେ ମାଇକ୍ରୋସପ୍ଟ ନିଜ ଷ୍ଟେଟମେଣ୍ଟରେ କହିଥିଲା ଯେ ଟିକଟକକୁ କିଣିବା ପାଇଁ ପ୍ରୋସେସ ଆରମ୍ଭ ହେଉଛି l FT ଦ୍ୱାରା ମିଳିଥିବା ରିଉପୋର୍ଟରେ କୁହାଯାଇଛି ଯେ ଓରାକଲ ସପଟରେ ସବୁବେଳେ ଟ୍ରମ୍ପ କହି ଆସିଛନ୍ତି l ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଓରାକଲ ଆମେରିକା ପକ୍ଷରୁ ଟିକଟକ କିଣିବା ପାଇଁ ଔପଚାରିକ ଭାବେ ସ୍ଥିର ହୋଇନାହିଁ l
ଭାରତର କଥା କହିବାକୁ ଗଲେ ଏଠାରେ ଟିକଟକକୁ ବ୍ୟାନ କରାଯାଇଛି l ନିକଟରେ ଏକ ସୂଚନା ମିଳିଥିଲା ଯେ ମୁକେଶ ଅମ୍ବାନିଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ ଟିକଟକର ଭାରତୀୟ ବିଜିନେସରେ ନିବେଶ କରିପାରେ l କିନ୍ତୁ ରିଲାଏନ୍ସର କଥିତ ଡ଼ିଲ ବିଷୟରେ ରିଲାଏନ୍ସ ପକ୍ଷରୁ କୌଣସି ସୂଚନା ଦିଅ ଯାଇନାହିଁ l କିମ୍ବା ଟିକଟକର ପେରେଣ୍ଟ କମ୍ପାନୀ ବାଇଟ ଡ୍ୟାନ୍ସ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳି ନାହିଁ l