ଯାଜପୁର : ଜିଲ୍ଲାରେ ଅଧିକ ଟେଷ୍ଟିଂ କରାଯିବା ଏକ ସୁନ୍ଦର ପଦକ୍ଷେପ । ଏହାଦ୍ୱାରା ଆମର ଟ୍ରାକିଂ ଓ ଟ୍ରିଟମେଣ୍ଟ ସହଜ ହୋଇପାରିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଜିଲ୍ଳ୍ାର କରୋନା ପରିଚାଳନା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ପର୍ଯ୍ୟବେକ୍ଷକ ଶ୍ରୀ ଶର୍ମା ଜିଲ୍ଲାରେ କରୋନାର ସ୍ଥିତି , ଗ୍ରହଣ କରାଯାଇଥିବା ପଦକ୍ଷେପ, ଚିକିତ୍ସ୍ୟା ବ୍ୟବସ୍ଥା, କୋଭିଡ କେୟାର ହୋମ, କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ଓ ସମୀକ୍ଷା କରିଥିଲେ ।
ଜିଲ୍ଲାରେ ବର୍ତ୍ତମାନ ପଜିଟିଭ ସଂଖ୍ୟା ୨୧୪୨ ଥିବାବେଳେ ସୁସ୍ଥ ହେଲେଣି ୧୬୩୧ ଜଣ । ଜିଲ୍ଳ୍ାରେ ସୁସ୍ଥତା ହାର ୭୬.୭ ରହିଚ୍ଥି । ବର୍ତ୍ତମାନ ଆକ୍ଟିଭ ପଜିଟିଭ ଥିବା ୫୦୧ ଜଣଙ୍କ ମଧ୍ୟରୁ ଘରେ ରହି ୮୦ ଜଣ ଚିକିତ୍ସ୍ୟାତ ହେଉଥିବା ବେଳେ କୋଭିଡ କେୟାର କେନ୍ଦ୍ରରେ ଓ ଡୁବୁରୀ ମେଡିକା ହସ୍ପିଟାଲରେ ଅବଶିଷ୍ଟ ଚିକିତ୍ସିତ ହେଉଚ୍ଥନ୍ତି । ଯେହେତୁ ଟେଷ୍ଟିଂ ଅଧିକ ହେଉଚ୍ଥି ଓ ଅଧିକ ପଜିଟିଭ ବାହାରିବାର ଦେଖାଯାଉଚ୍ଥି ; ତେଣୁ ସରକାରଙ୍କର ଗାଇଡ୍ଲାଇନ୍ ଅନୁସାରେ ଯେଉଁମାନଙ୍କର ଘରେ ରହିବା ସୁବିଧା ରହିଚ୍ଥ୍ରି ସେମାନଙ୍କୁ ହୋମ୍ ଆଇସୋଲେସନ ବା ଘରେ ରହି ଚିକିତ୍ସିତ ହେବା ଆବଶ୍ୟକ ।
ଲକ୍ଷଣ ବିହୀନ ପଜିଟିଭ ବ୍ୟକ୍ତି ମାନଙ୍କର ଘରେ ସୁବିଧା ଥିଲେ ସେମାନେ ଘରେ ରହିବା ଉଚିତ ବୋଲି ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀମାନେ ଲୋକ ମାନଙ୍କୁ ଅବଗତ କରାଇବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ । ଏ କ୍ଷେତ୍ରରେ ବ୍ୟାପକ ପ୍ରଚାର ପ୍ରସାର କରି ଲୋକ ମାନଙ୍କୁ ସଚେତନ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଳ୍ାରେ ୧୬୧ ଗୋଟି କଣ୍ଟେନ୍ମେଣ୍ଟ ଜୋନ ହୋଇଥିବା ବେଳେ ବର୍ତ୍ତମାନ ୪୦ ଟି ବଳବତ୍ତର ରହିଚ୍ଥି । ଜିଲ୍ଲାରେ ପ୍ରତି ୧୦ ଲକ୍ଷରେ ଶୂନ ରୁ ୧୪ ବର୍ଷ ପର୍ଯ୍ୟନ୍ତ ୨.୪ ଭାଗ, ୧୫ ରୁ ୫୯ ବୟସ ପର୍ଯ୍ୟନ୍ତ ୧୬.୧ ଭାଗ ଓ ୬୦ ରୁ ଉର୍ଦ୍ଧ୍ୱ ୧୨ ଭାଗ ପଜିଟିଭ ଚିହ୍ନଟ ହୋଇଚ୍ଥନ୍ତି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୨୨୪୧ ଟେଷ୍ଟିଂ କରାଯାଇଚ୍ଥି । ତା ମଧ୍ୟରେ ଆର.ଟି.ପି.ସି.ଆର. ୨୫୮୩୧, ଆଣି୍ଟଜେନ୍ ୧୬୩୭୫ ଓ ଟ୍ରୁନାଣ୍ଟରେ ୩୫ ରହିଚ୍ଥି । ତେବେ ଆର.ଟି.ପି.ସି.ଆର. ରେ ୬.୩ ହାରରେ ୧୬୧୬ , ଆଣି୍ଟଜେନ୍ରେ ୩.୨ ହାରରେ ୫୨୦ ଓ ଟ୍ରୁନାଣ୍ଟରେ ୧୭.୧ ହାରରେ ୬ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଚ୍ଥି । ଦଶରଥପୁର, ରସୁଲପୁର, ବିଂଝାରପୁର ଓ ବରୀରେ ଅଧିକ ପଜିଟିଭ୍ ଆସୁଥିବାରୁ ସେହି ବ୍ଳ୍କ ଗୁଡିକୁ ଅଧିକ ଗୁରୁତ୍ୱ ଦିପାଯାଉଚ୍ଥି । ଅପର ପକ୍ଷରେ ମହିଳାଙ୍କ ତୁଳନାରେ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଚ୍ଥି । ଅଧିକ ପଜିଟିଭ ବାହାରୁଥିବା ବ୍ଳ୍କ ମାନଙ୍କୁ ଗୁରୁତ୍ୱ ଦେଇ ଟେଷ୍ଟିଂ ବଢାଇବାକୁ ସେ ପରାମର୍ଶ ଦେଇଥିଲେ ।
ଅନ୍ୟତମ ପର୍ଯ୍ୟବେକ୍ଷକ ସହରାଞ୍ଚଳ ଗୃହ ନିର୍ମାଣ ନିଦେ୍ର୍ଦଶକ ସୁରେଶ ଚନ୍ଦ୍ର ଦଳାଇ ପଜିଟିଭ୍ ବ୍ୟକ୍ତି ମାନଙ୍କର ଗୃହରେ ରହି ଚିକିତ୍ସ୍ୟା ଓ ଅନ୍ୟ ମାନଙ୍କୁ କୋଭିଡ କେୟାର କେନ୍ଦ୍ରରେ ଓ ହସ୍ପିଟାରେ ରଖି ଚିକିତ୍ସ୍ୟା ସଂପର୍କରେ ମତ ରଖିଥିଲେ । ଜିଲ୍ଳ୍ାପାଳ ରଂଜନ କୁମାର ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଳ୍ରେ କରୋନା ପରିଚାଳନା ସଂପର୍କରେ ମତ ରଖିଥିଲେ । ନିୟମିତ ଭାବେ ସରକାରଙ୍କର ମାର୍ଗଦର୍ଶିକା ଓ କୋଭିଡ ପରିଚାଳନାକୁ ବି.ଡି.ଓ., ମେଡିକାଲ ଅପିଂସର, ସରପଞ୍ଚ ଇତ୍ୟାଦି ମାନଙ୍କ ସହ ଭିଡିଓ କନ୍ପଂରେନ୍ସି ମାଧ୍ୟମରେ ଆଲୋଚନା କରି ପଦକ୍ଷେପ ନିଆଯାଉଚ୍ଥି ବୋଲି ସେ ସୂଚନା ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତି ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍୍ଳିକ, ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ଏପିଡେମୋଲୋଜିଷ୍ଟ ଡା. ପାର୍ଥସାରଥୀ ମିଶ୍ର, ଅନ୍ୟାନ୍ୟ ପ୍ରୋବେସନର ଓ.ଏ.ଏସ୍. ଓ ଓ.ଆର.ଏସ୍. ଅପିଂସରମାନେ ଏଥିରେ ଯୋଗ ଦେଇଥିଲେ