ତିହିଡି, : କରୋନା ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ତଦ୍ଜନିତ କଟକଣା ଏବେବି ବଳବତ୍ତର ରହିଛି । ତେବେ ଅନେକ ଲୋକ ଓ ବ୍ୟବସାୟୀ କରୋନା ନିୟମକୁ ବେଖାତିର କରିବା ଘଟଣା ଚିସନ୍ତାର ବିଷୟ ପାଲଟିଛି । ପୋଲିସ ପ୍ରଶାସନ ପକ୍ଷରୁ ଏଥିନେଇ ଲୋକଙ୍କୁ ଯେତେ ସଚେତନ କରାଯାଉଥିଲେ ମଧ୍ୟ ଏହାର ଗୁରୁତ୍ୱକୁ ଲୋକେ ଅନୁଭବ କରୁନାହାନ୍ତି ।
ବଜାର ହାଟରେ ଚଳପ୍ରଚଳ କରୁଥିବା ଲୋକେ ମାସ୍କ ବ୍ୟବହାର ନ କରିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି । ସେହିପରି କେତେକ ବ୍ୟବସାୟୀ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ନିଜେ ସଚେତନ ହେଉନାହାନ୍ତି କି ଗ୍ରାହକ ମାନଙ୍କୁ ସଚେତନ କରୁନାହାନ୍ତି ।
ଦୈନିକ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ଠାରୁ କରୋନା ନିୟମ ଖିଲାପକାରୀଙ୍କ ଉପରେ ଜୋରିମାନା କରାଯାଉଛି ଓ ଦୋକାନ ମଧ୍ୟ ସିଲ୍ କରାଯାଉଛି । ଏହି କ୍ରମରେ ଆଜି ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରା ବିନ୍ଧାବଜାର ଓ ତିହିଡି ବଜାରରେ ଥିବା ୨ଟି ମୋବାଇଲ ଦୋକାନକୁ ସିଲ୍ କରିଛନ୍ତି । ସଂପ୍ରତି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଲୋକେ କରୋନା ନିୟମକୁ କଡାକଡି ପାଳନ କରିବାର ଆବଶ୍ୟକତା ରହିଥିôବା ବେଳେ ସାମାନ୍ୟ ଅସାବଧାନତା ବଡ ବିପଦ ସୃଷ୍ଟି କରିବାର ସମ୍ବାବନା ରହିଛି ବୋଲି ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ କରିଦିଆଯାଇଛି ।