ଆର,ଉଦୟଗିରି : ଗଜପତି ଜିଲ୍ଲାର ମୋହନା ପୁଲିସ ଏକ ଗାଡି ସହ ୧୩ ବସ୍ତା ଗଞ୍ଜେଇ ଜବତ ହୋଇଛି । ଗଜପତି ଏସପି ତପନ କୁମାର ପଟ୍ଟନାୟଙ୍କ ନିର୍ଦେଶ କ୍ରମେ ତଥା ଆର,ଉଦୟଗିରି ଏସଡିପିଓ ଅନିଲି କୁମାର ପ୍ରଧାନଙ୍କର ପ୍ରତ୍ୟଷରେ ତତ୍ତ୍ବାବଧାନରେ ମୋହନା ଆଇଆଇସି ସୁଜିତ କୁମାର ନାୟକ ଏବଂ ତାଙ୍କ ଷ୍ଟାପ ସହ ରବିବାର ଦିନ ସକାଳ ୯.୩୦ ରେ ଲୁହାଗୁଡି ଓ ଚାନ୍ଦିପୁଟୁ ମଝିରେ କଳାମାରୀ ଗ୍ରାମ ପାଖରେ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଚାନ୍ଦିପୁଟୁ ପଟୁ ଆସୁଥିବା ଏକ ଟାଟା ଡାଲା ଗାଡିର ନଂମ୍ବର OD 05Z 9444 କୁ ସନ୍ଦେହ କରି ଅଟକାଇ ଖାନତଲାସ କରିବାରୁ ଉକ୍ତ ଗାଡିରୁ ୧୩ ବସ୍ତା ଗଞ୍ଜେଇ ଥିଲା ।
ମୋହନା ବିଡିଓ ବଂଶୀଧର ଖୋସଲା ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ସମୁଦାୟ ଗଞ୍ଜେଇ ପରିମାଣ ୩୯୧ କେଜି ୭୦୦ ଗ୍ରାମ ହେଲା । ଯାହାର ବଜାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ହେବ । ଉକ୍ତ ଟାଟାଡାଲା ଗାଡିର ମାଲିକ ଆର,ଉଦୟଗିରି ଥାନାର ରଣାଲଇ ଗ୍ରାମର ପାଉଲ ପାଣି ଗାଡି ଚାଳକ ଅନୁଗ୍ରହ ଲିମା । ଦୁହେଁ ମିଶି ଆର,ଉଦୟଗିରି ଅଞ୍ଚଳରୁ ଗଞ୍ଜେଇ କିଣି ବ୍ରହ୍ମପୁର ଚାଲଣ କରୁଥିଲେ । ଉପରୋକ୍ତ ଦୁଇ ଜଣଙ୍କୁ ମୋହନା ପୁଲିସ ଗିରଫ କରାଯାଇଛି ଓ ଟାଟାଡାଲା ଗାଡିକୁ ପୁଲିସ ଜବତ କରିଛି । ଏବାବଦରେ ମୋହନା ଥାନାରେ କେସନଂ ୧୨୯\୨୦ ରେ ରୁଜୁ କରାଯାଇଛି । ଏହି ଦୁଇ ଜଣଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।