ପିପିଲି ; ପିପିଲି ଥାନାରେ ନୟାଗଡ ଅଂଚଳର ଜୈନିକ ମହିଳାକୁ କୈାଶଲ୍ୟା ଗଙ୍ଗ ଫାଣ୍ଡି ଅଧିନସ୍ଥ ସିଫା ପଛପଟେ ଧର୍ଷଣ କରାଯାଇଥିବା ନେଇ ପିପିଲି ଥାନାରେ ମହିଳା ଜଣକ ୨୪.୧୦.୨୦୦୭ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପିପିଲି ଥାନାରେ କେଶ୍ ନମ୍ବର ୨୭୩/୦୭ରେ ଏକ ମାମାଲା ରୁଜୁ କରାଯାଇଥିଲା । ଅଭିଯୁକ୍ତ ସେଦିନ ଠାରୁ ପୁଲିସ ଆଖିରୁ ଧୁଳିଦେଇ ଖସି ପଳାଉଥିବା ବେଳେ ତାକୁ ଗିରଫ କରିବା ସଫଳ ହୋଇଛି । ମିଳିଥିବା ସୁଚନା ମୁତାବକ ଘଟଣାଟି ଦିର୍ଘ ୧୩ବର୍ଷ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଘଟଣା ଘଟାଇବା ଦିନ ଠାରୁ ଫେରାର ରହିଥିଲା ।
ବିଶେଷ ସୁତ୍ରରୁ ଖବର ପାଇ ପିପିଲି ଥାନା ଅଧିକାରୀ ଗୈାରାଙ୍ଗ ପୁଷ୍ଟିଙ୍କ ନିଦେ୍ଦର୍ଶକ୍ରମ ଏକ ଟିମ କୈାଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ମନୋଜ କୁମାର ଦାସ,କନେଷ୍ଟବଳ ମିହିର ମହାନ୍ତି ଓ ଜେ ମୁମୃ ପ୍ରମୁଖ ବାଲିଅନ୍ତା ଥାନା ଅଧିନସ୍ଥ ଗଣ୍ଡିଲୋ ଗ୍ରାମରୁ ଅଭିଯୁକ୍ତ ବାଙ୍କୁ ଓରଫ ପ୍ରେମାନନ୍ଦ ଭୋଳକୁ ଗିରଫ କରିଛନ୍ତି । ଅଭିଯୁକ୍ତ ୧୩ବର୍ଷ ହେବ ପୁଲିସକୁ ଚକମା ଦେଖାଇ ବିଭିନ୍ନ ବାଟରେ ଖସି ଯାଉଥିବା ବେଳେ ବିଳମ୍ବରେ ହେଲେ ବି ପିପିଲି ପୁଲିସକୁ ଏକ ବଡ ସଫଳତା ମିଳିଛି । ଗିରଫ ଅଭିଯୁକ୍ତ ନାମରେ ବାଲିଅନ୍ତା,ବାଲିପାଟଣା ଥାନା ସହିତ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ସୋମବାର ଦିନ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଳଣ କରାଯାଇଛି । ସେଠାରେ ତାର ଜାମିନି ନାମାଞ୍ଜୁର ହେବାରୁ ବିଚାର ବିଭାଗିୟ ଜେଲ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ଶ୍ରୀ ପୁଷ୍ଟିଙ୍କ ଠାରୁ ପ୍ରକାଶ ।