Odisha news

ପାଣିକୋଇଲି : ଜବରଦଖଲ ଉଚ୍ଛ୍ୟେଦ ନେଇ ନୋଟିସର ଜବାବ ଦାଖଲ କଲେ ୨୮ ବ୍ୟବସାୟୀ

0

ପାଣିକୋଇଲି : କୋରାଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଂଚାୟତର ମସୁଦପୁର ମେଡିକାଲ ଓ ସ୍କୁଲ ନିକଟରେ ଦୀର୍ଘ ବର୍ଷ ହେବ ସରକାରୀ ଜମିରେ ଘର କରି ବ୍ୟବସାୟ କରୁଥିବା କିଛି ଦୋକାନିଙ୍କୁ ଉଚ୍ଛେଦ ପାଇଁ ସରକାରୀଭାବେ ବ୍ୟାସନଗର ତହସିଲଦାର ନୋଟିସ ଜାରି କରିବା ସହ ଏହାର ଜବାବ ଦାଖଲ ପାଇଁ ଦିନ ସ୍ତିର କରିଥିଲେ ।

ତଦନୁଯାୟୀ ପାଣିକୋଇଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ୨୮ ବ୍ୟବସାୟୀ ସେମାନଙ୍କ ଜବାବ ଦାଖଲ କରିଛନ୍ତି । ସରକାରଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରୁନଥିବା କିଛି ବ୍ୟବସାୟୀ ମାନଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ଅନେକ ବ୍ୟବସାୟୀ ଓ ଜବରଦଖଲକାରୀଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି । ଯଦି ସରକାରୀ ଜମି ଅବରୋଧ କାରୀଙ୍କୁ ହଟାଯାଏ ତାହେଲେ ସମସ୍ତ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥାନ୍ତା । କିନ୍ତୁ ଉଦେ୍ଦ୍ୟଶ ମୂଳକ ଭାବେ କିଛି ବ୍ୟବସାୟୀଙ୍କୁ ନୋଟିସ କରାଯିବା ଯୋଗୁ ଅସନ୍ତୋଷ ବ୍ୟାପୁଛି ।

କରୋନା ମହାମାରୀ ସମୟରେ ଜୀବିକା ହରାଇଥିବା ଓ ଅନଲକ ପରେ ଦୋକାନ ଖୋଲି ଛୋଟ ଛୋଟ ବ୍ୟବସାୟ କରି ଜୀବିକା ର୍ନବାହ କରୁଥିବା ଦୋକାନୀ ମାନଙ୍କ ପାଇଁ ସାୟୀ ସ୍ଥାନ ନିରୁପଣ ବା କେଉଁଠି ଦୋକାନ କରିବେ ସେମାନଙ୍କୁ ଜାଗା ଚିହ୍ନଟ କରାନଯାଇ ଏଭଳି ସମୟରେ ନୋଟିସ କରାଯିବା ନେଇ ଦୋକାନୀ ମାନେ ଜୀବିକା ହରାଇବା ଭୟରେ ଆତଙ୍କିତ ହୋଇପଡିଛନ୍ତି । ବର୍ତମାନ ସହଜେ ବର୍ଷା ଦିନ । ଏଭଳି ସମୟରେ ନୋଟିସ ସେମାନଙ୍କ ପରବିାର ମନରେ ମଧ୍ୟ ପ୍ରଭାବ ପକାଇଛି । ତୁରନ୍ତ ଏହାର ପୁନଃବିଚାର କରାଯାଇ ସାୟୀ ଜାଗା ନିରୂପଣ କରି ସେମାନଙ୍କୁ ଯୋଗାଇବା ପାଇଁ ଦାବି ହୋଇଛି ।

Leave A Reply