Odisha news

ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମରେ ପୁଲିସ ଜନତା ଖଣ୍ଡଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ଶାନ୍ତି କମିଟି ଗଠନ

0

ପାଣିକୋଇଲି, : ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମରେ ପୁଲିସ ଜନତା ଖଣ୍ଡଯୁଦ୍ଧ ପରେ ପୁଲିସ ୩ଟି ମାମଲା ରୁଜ୍ଜୁ କରିବା ସହ ୧୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ୱାଧିନତା ଦିବସରେବି ଅମୃତିଆ ବାସୀ ପରାଧିନ ଜୀବନଜାବନ କରିଛନ୍ତି । ଫଳରେ ଗ୍ରାମରେ ଭୟର ବାତାବାରଣ ଖେଳିଯାଇଛି ।

ଯେଉଁମାନେ ପ୍ରକୃତ ଦୋଷୀ ସେମାନେ ଘର ଛାଡି ପଳାଇଥିବା ବେଳେ ବିନା ଦୋଷୀଙ୍କର ମଧ୍ୟ ସମ ଅବସ୍ଥା ସୃଷ୍ଟି ହୋଇଛି । ଫଳରେ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ପଂଚାୟତ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ ପଂଚାୟତର ଶତଧିକ ବ୍ୟକ୍ତିଙ୍କ ନିଷ୍ପତି ଅନୁଯାୟୀ ଏକ ସ୍ଥାୟୀ ଶାନ୍ତି କମିଟି ଗଠନ କରାଯାଇଛି ।

ଉକ୍ତ କମିଟିରେ ସଭାପତି ଭାବେ ଅନିରୁଦ୍ଧ ଖଣ୍ଡାଇ, ସଭ୍ୟଭାବେ ହେମନ୍ତ କୁମାର ମହାପାତ୍ର, ଅଭୟ ମହାପାତ୍ର, ନାରାୟଣ ସତପଥି, କୁଳମଣି ଲେଙ୍କା, ପ୍ରଦୀପ ମହାପାତ୍ର, ବସନ୍ତ ମହାପାତ୍ର, ନିରଂଜନ ସ୍ୱାଇଁ, ଭରତ ଚନ୍ଦ୍ର ବିଶ୍ୱାଳ, ବିଦୁର ମଳିକ, ରଘୁନାଥ ମଳିକ, ରବିନାରାୟଣ ମହାପାତ୍ର, ଶରତ ମହାପାତ୍ରଙ୍କୁ ନେଇ କମିଟି ଗଠନ କରାଯାଇଛି ।

ଗ୍ରାମରେ କିପରି ଶାନ୍ତି ପ୍ରତିଷ୍ଠା ହୋଇପାରିବ ସେ ନେଇ ପୁଲିସ ସହ ଆଲୋଚନା କରି ଉକ୍ତ କମିଟି ତାର ସମାଧାନ କରିବାକୁ ନିଷ୍ପତି ହୋଇଛି । ଏ ସର୍ମ୍ପକରେ କୋରାଇ ବିଧାୟକ, ଜିଲ୍ଲାପାଳ, ଏସପି ଓ ଥାନାଧିକାରୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତଭାବେ ଅବଗତ କରାଯାଇଛି । ପୁଲିସ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରିବାକୁ ଅନୁରୋଧ କରାଯାଇଛି ।

Leave A Reply