Odisha news

୩ଜଣ କରୋନା ଆକ୍ରାନ୍ତ ଚିନ୍ନଟ ପରେ ଲଜ କୁ ବ୍ୟାରିକେଡ଼ରେ ଆବଦ୍ଧ କଲେ କୋଣାର୍କ ଏନଏସି କର୍ତ୍ତୁପକ୍ଷ

0

କୋଣାର୍କ,ସବ୍ୟୁ,କୋଣାର୍କ ରିଙ୍ଗ ରୋଡ ପର୍ଶ୍ୱ ଟେଲିଫୋନ ଟାୟୁଆର ନିକଟରେ ଥିବା ଏକ ଘରୋଇ ଲଜ କୁ କୋଣାର୍କ  ଏନଏସି କର୍ତ୍ତୁପକ୍ଷଙ୍କ ନିର୍ଦ୍ଧେଶ ରେ ବ୍ୟାରିକେଟ କରି ଆବଦ୍ଧ କରାଯାଇଛି ।ମିଳିଥିବା ସୂଚନା ମୁତାବକ ,କୋଣାର୍କଥାନା ଅଧିନ ସିମିଳି ଗ୍ରା.ପର ସିମଳି ଗ୍ରାମର ଗୋଟିଏ ପରିବାରର ୩ ଜଣଙ୍କର କୋଭିଡ଼ ପରୀକ୍ଷାରୁ କରୋନା ପଜିଟିଭ ଥିବାର ସୂଚନା ମିଳିଥିଲା ।

କିନ୍ତୁ ଗୋଟେ ପରିବାରରୁ ଏହି ୩ଜଣ ଯାକ ଉକ୍ତ ଲଜ ରେ ଥିଲେ ଏହା ଜଣାପଡିବା ପରେ  କୋଣାର୍କ ନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ଶ୍ରୀ ନିବାସ ଉକ୍ତ ଲଜ ଚାରିପାଖରେ ବ୍ୟାରିକେଟ କରିବାପାଇଁ ଆଦେଶ ଦେବାସହ ଦୁଇ ଜଣ କୁ ହୋମ କ୍ୟାରେଣ୍ଟିନି ରେ ରହିବାକୁ କହିବା ସହ ଜଣେ ବୟସ୍କ ବେକ୍ତି ଙ୍କୁ  ଭୁବନେଶ୍ୱରର (ଏଏମସ )କୋଭିଡ଼ି ସେଣ୍ଟରକୁ ପଠାଇଛନ୍ତି । ଉକ୍ତ ଲଜର   ବାହାର ପାର୍ଶ୍ବକୁ ନିସିଦ୍ଧା ଅଞ୍ଚଳ ଭାବେ  ଏନଏସି କର୍ତ୍ତୁପକ୍ଷ ଘୋଷଣା କରିଛନ୍ତି ଏବଂ ଲଜ  ବାହାରେ ବୁଲାବୁଲି ଓ ଯିବାଆସିବା ଉପରେ କଟକଣା ଜାରି କରାଯାଇଛି ।

କୋଣାର୍କ ଏନଏସି କର୍ତ୍ତୁପକ୍ଷଙ୍କ ଏହିଭଳି ପଦକ୍ଷେପକୁ ସବୁ ମହଲରୁ ସ୍ବାଗତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ କି ସ୍ଥାନୀୟ ପୁଲିସ ଓ ଏନ ଏ ସି ପ୍ରଶାସନର ପ୍ରୟାସ ପାଇଁ ଅଦ୍ୟାବଧି କୋଣାର୍କ ଏନଏସିରୁ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି ।

Leave A Reply