ଶିକ୍ଷା ଅଧିକାର ଆଇନ ଅନୁସାରେ ମନାଲେଖା ଅନଲାଇନରେ ହେବା ନିଷ୍ପତି ପରେ ଆମରଣ ଅନଶନ ପ୍ରତ୍ୟାହୁତ : ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ନିଷ୍ପତିକୁ ସ୍ୱାଗତ ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର :- 17.08.2020- ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ ନାଁମ ଲେଖାରେ ଅବହେଳିତ ଶ୍ରେଣୀପାଇଁ 25% ସ୍ଥାନରେ ଅନଲାଇନ ନାମଲେଖା ସହ ଓ ଏସଓପି ଜାରି ଏବଂ ଫି ରେଗୁଲେଟୋରି କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନକୁ ସନ୍ଧ୍ୟା 5.30 ରେ ମନ୍ତ୍ରୀ, ସଚିବ ଓ ନିର୍ଦେଶକଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର କରାଗଲା l
ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରତ୍ୟେକ ପ୍ରାଇଭେଟ ସ୍କୁଲରେ 25% ସିଟ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ଥିବା ସ୍ଥଳେ ଗଣଶିକ୍ଷା ବିଭାଗ ଓ ବେସରକାରୀ ସ୍କୁଲ ସମସ୍ତେ ମିଳିମିଶି 10 ବର୍ଷ ହେଲା ମହାଦୁର୍ନୀତି ଚଳାଇ ଆସିଛନ୍ତି, ଏହା ବିରୁଦ୍ଧରେ ଦୀର୍ଘ ଦିନ ହେଲା ଓଡିଶା ଅଭିଭାବକ ମହାସଂଘ ଲଢେଇ କରି ଆସିଛି l ଗତ ବର୍ଷ ନିଜେ ଗଣଶିକ୍ଷା ମନ୍ତ୍ରୀ ମହୋଦୟ ଚଳିତ ବର୍ଷ ଏହି ଆଇନ କୁ କଡାକଡ଼ି ଭାବେ କାର୍ଯ୍ୟକlରି କରିବାକୁ ଘୋଷଣା କରିଥିଲେ l ଏଥି ସହିତ କରୋନା ପାଇଁ ଏ ପର୍ଯ୍ୟନ୍ତ ପ୍ରାଇଭେଟ ସ୍କୁଲରେ ନାମଲେଖା ପାଇଁ ଏସଓପି ଜାରି କରାଯାଉ ନାହିଁ ଫଳରେ ଏବର୍ଷ ନାମଲେଖା ହୋଇ ପାରୁନାହଁ l
ତେଣୁ 25% ସଂରକ୍ଷଣ ସ୍ଥାନରେ ଅନଲାଇନ ନାମଲେଖା ସହ ଏସଓପି ଦାବିରେ ଏମାସ 10 ତାରିଖରେ ମହାସଂଘ ଆମରଣ ଅନଶନ ପାଇଁ ଘୋଷଣା କରିଥିଲା, ଫି ରେଗୁଲୋଟୋରି କମିଟି ରିପୋର୍ଟ 2 ବର୍ଷ ହେବ ନିର୍ଦେଶ ଅପେକ୍ଷାରେ, ତାକୁ କାର୍ଯ୍ୟକାରୀ କଲେ ଫି ସମଶ୍ୟା ରୁ ମୁକ୍ତି ମିଳିବ, ଏହା ସହ ସ୍କୁଲ ବ୍ୟାଗ ଆଇନକୁ କଡାକଡୀ କରିବାକୁ ଆମେ ଆମରଣ ଅନଶନ ଆହ୍ୱାନ ଦେଇଥିଲୁ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଛୁଟି ଥିବାରୁ ଆଉ 7 ଦିନ ସମୟ ଏହାକୁ କାର୍ଯ୍ୟ କାରି କରିବାକୁ ମହଲତ ମାଗିବାରୁ ମହାସଂଘ ଆଉ 7 ଦିନ ପରେ ଅର୍ଥାତ ଅଗଷ୍ଟ 17 ତାରିଖ ସୁଦ୍ଧା କାର୍ଯ୍ୟକାରୀ ନ ହେଲେ ଆସନ୍ତା ଅଗଷ୍ଟ 17 ତାରିଖରେ ନତଲା ସମୁଖରେ ଅନିଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ କରିବାକୁ ଚରମ ନିଷ୍ପତି ନେଇଥିଲା l ସରକାର ଏ ପର୍ଯ୍ୟନ୍ତ କୌଣସି ଘୋଷଣା ନ କରିବାରୁ ବାଧ୍ୟ ହୋଇ ମହାସଂଘ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛି l ଏଣୁ କୋଭିଡ ନିୟମ ପାଳନ କରି ଆମରଣ ଅନଶନ ରେ ସମସ୍ତ ଅନଶନ କାରୀ ସାମାଜିକ ଦୂରତ୍ୱ ଅବଲମ୍ବନ କରିଛନ୍ତି l ସମସ୍ତ ଦାବୀ ପୂରଣ ନ ହେବା ଯାଏଁ ଆମରଣ ଅନଶନ ଜାରିରହିବ ବୋଲି ଘୋଷଣା କରିଥିଲା l
ଏହାପରେ ଆଜି 3.30 ସମୟରେ ମାନ୍ୟଵର ମନ୍ତ୍ରୀ, ସଚିବ, ନିର୍ଦେଶକ ମାନଙ୍କ ଜରୁରୀ ବୈଠକରେ ଏହାକୁ ତୁରନ୍ତ ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା l ମାଧ୍ୟମିକ ଶିକ୍ଷା ନିର୍ଦେଶକ ସରକାରୀ ସ୍ତରରେ ଯୋଗାଯୋଗ ଜାରି ରଖିଥିଲେ l ପୁଣିଥରେ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦେଶକ ଓ ସମସ୍ତ ଅଧିକାରୀ ଏ ସଂକ୍ରାନ୍ତରେ ଜରୁରୀକାଳୀନ ବୈଠକ ସନ୍ଧ୍ୟାରେ ଜାରି ରଖିଛନ୍ତି l ଓଡିଶା ଅଭିଭାବକ ମହାସଂଘ ଓଡିଶାର ଲକ୍ଷଲକ୍ଷ ଅଭିଭାବକ ଓ ଛାତ୍ରୀ ଛାତ୍ର ଙ୍କ ସ୍ୱାର୍ଥ ଓ ଗୁଣାତ୍ମକ ଶିକ୍ଷା ଗ୍ରହଣ ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ମହାସଂଘ ଘୋଷଣା କରିଛି l ଏକ ପ୍ରତିନିଧି ମଣ୍ଡଳୀ ନାଗାର୍ଜୁନ ସେଠି, ଭୁମୋହନ ପଟନାୟକ ଓ ଶଙ୍କର ସାମନ୍ତରାୟ ନିର୍ଦେଶକଙ୍କ ସହ ଆଲୋଚନା କରି ଆମରଣ ଅନଶନକୁ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଥିଲେ l
ଯୁଗ୍ମ ସଚିବ ଅନୁରାଧା ସେନାପତି, ଓଡିଶା କର୍ମଚାରୀ ମହାମଞ୍ଚ ସଭାପତି ପ୍ରଭାତ ମହାନ୍ତି, ଉପଦେଷ୍ଠା ମନୋଜ ଜେନା, ଲଳିତ ପଟନାୟକ, ରମେଶ ମହାନ୍ତି, ଦୀନବନ୍ଧୁ ଅଧିକାରୀ ବୃନ୍ଦ ଆମରଣ ଅନଶନରେ ବସିଥିବା ବାସୁଦେବ ଭଟ୍ଟ, ଅଧକ୍ଷ୍ୟ, ଭୁମୋହନ ପଟନାୟକ ଓ ଅନ୍ୟମାନଙ୍କୁ ଫଳ ଜୁସ ପିଆଇ ଆମରଣ ଅନଶନରୁ ଉଠାଇଥିଲେ l
ଏହି ଆମରଣ ଅନଶନରେ ମହାସଂଘର ପଦାଧିକାରୀ ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ଦେବାଶିଷ ବସନ୍ତିଆ, ନନ୍ଦକିଶୋର ମଲ୍ଲିକ, ଆଶୁତୋଷ ନନ୍ଦ, ଶିଶିର ସାହୁ, ରଞ୍ଜନ ଦାସ, ରମେଶ ଭାରତୀ, ପଦ୍ମନାଭ ରାଉତ, ସୂର୍ଯ୍ୟକାନ୍ତ ରାଉତ୍ରାୟ, ବ୍ରଜକିଶୋର ଟକ୍କର, ଅରୁଣ ପାତ୍ର, ପ୍ରଦୀପ ସେଠି ଓ ରତିକାନ୍ତ ବିଶ୍ୱାଳ ଆମରଣ ଅନଶନରେ ଯୋଗ ଦେଇଥିଲେ l