ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହୋମଗାର୍ଡ ମନ୍ତ୍ରୀ ଓ ପୂର୍ବତନ କ୍ରୀକେଟିୟର ଚେତନ ଚୌହାନଙ୍କର ନିଧନ ହୋଇଯାଇଛି l ଅପରାହ୍ନ ୪ଟା ୩୦ ମିନିଟରେ କାର୍ଡିଆ ଅରେସ୍ଟ କାରଣରୁ ନିଧନ ହୋଇଛି l ଗୁରୁ ଗ୍ରାମର ମେନ୍ଦତା ଡାକ୍ତର ଖାନାରେ ଚିକିତ୍ସା ଚାଲିଥିଲା l ଚେତନ ଚୌହାନ କରୋନା ଭାଇରସରେ ମଧ୍ୟ ସଂକ୍ରମିତ ଥିଲେ l ୭୩ ବର୍ଷୀୟ ଚେତନ ଚୌହାନଙ୍କର ଶରୀର ଗୋଟିଏ ଦିନ ପୂର୍ବରୁ ଅସୁସ୍ଥ ହୋଇ ଯାଇଥିଲା ,ତାଙ୍କର କିଡ୍ନୀ ଫେଲ ହୋଇଯାଇଥିଲା l
ଯେଉଁ କାରଣରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖ ଯାଇଥିଲା l ଜୁଲାଇ ମାସରେ ଚେତନ ଚୌହାନଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା l ତାଙ୍କର ନିଧନକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି l ଚେତନ ଚୌହାନ ଭାରତୀୟ କ୍ରିକେଟ ଦଳର ଜଣେ ଧୁରନ୍ଧର ବ୍ୟାଟ୍ସ ମ୍ୟାନ ଥିଲେ l ସେ ଭାରତୀୟ ଦଳ ପାଇଁ ୪୦ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ ଆଃ ବ୍ୟତୀତ ୭ଟି ଏକ ଦିବସୀୟ ମ୍ୟାଚରେ ଭାରତର ପ୍ରତିନିଧିତ୍ବ କରିଛନ୍ତି l