Odisha news

ଜୁପିଟର ଆନ୍ତର୍ଜାତିକ ବିଦ୍ୟାଳୟରରେ ୭୪ ତମ ସ୍ଵାଧୀନତା ଦିବସ ପାଳନ

0

ରାୟଗଡା,୧୫ ।୮(ରବିନ୍ଦ୍ର ପାଟଖଣ୍ଡାଳ)-ଜୁପିଟର ଆନ୍ତର୍ଜାତିକ ବିଦ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ନିରାଡମ୍ବର ସହ କୋଭିଡ ୧୯ ସମସ୍ତ ନିୟମକୁ ସମ୍ମାନ ଜଣାଇ ପାଳନ କରା ଯାଇଅଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଶୋକ କୁମାର ମିଶ୍ର ଏବଂ ମୁଖ୍ୟ ଉପଦେଷ୍ଠା ଶ୍ରୀ. ସୂର୍ୟ୍ୟ ନାରାୟଣ ତ୍ରିପାଠୀ ଯୋଗ ଦେଇ ଜାତୀୟ ପତକା ଉତ୍ତଳନ କରି ସ୍ଵାଧୀନତା ଦିବସ ଉପରେ ବ୍ୟକ୍ତବ ପ୍ରଦାନ କରିଥିଲେ । କୋଭିଡ ନିଯମାବଳୀକୁ ଆଖି ଆଗରେ ରଖି କେବଳ ଦଶ ଜଣ ସଦସ୍ୟଙ୍କ ସହ ଜାତୀୟ ସଂଗୀତ ଗାନ କରିବା ସହ ଜାତୀୟ ପତକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ ପ୍ରଥମ ଥର ପାଇଁ ଜୂମ ଆପ ମାଧ୍ୟମରେ ଏହି ସମସ୍ତ କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଛାତ୍ର/ଛାତ୍ରା, ଅଭିଭାବାକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଉପୋଭଗ କରିବାର ସୁଯୋଗ ଲାଭ କରିଥିଲେ । ଏହି ଅବସରରେ ସ୍ଵାଧୀନତା ଦିବସ ବିଷୟ ବସ୍ତୁ ସମ୍ମଳିତ ଚିତ୍ରାଙ୍କନ, ବକ୍ତୁତା ଏବଂ ପ୍ରବନ୍ଧ ପ୍ରତିଯୋଗୀତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜୂମ ଆପ ମାଧ୍ୟମରେ ଆୟୋଜିତ ହୋଇଥିଲା । ଏହି ଜୂମ ଆପ ବ୍ୟବହାର କରି ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଏବଂ ନିଦେ୍ର୍ଧଶକ ଗୋବିନ୍ଦ ପ୍ରସାଦ ରଥଙ୍କୁ ଅଭିଭାବକ ମାନେ ଧନ୍ୟବାଦ ଦେବା ସହ ଭୁୟଅସୀ ପ୍ରଶଂସା କରିଥିଲେ ।

Ad2
Leave A Reply