Odisha news

ଦୁଇ ଆଶା କର୍ମୀଙ୍କ ସମେତ ୧୪ କରୋନା ରୋଗୀ ଚିହ୍ନଟ

0

ନିମାପଡା :ଆଜି ଗୋଟିଏ ଦିନରେ ନିମାପଡା ବ୍ଲକ ଓ ଏନ୍ଏସି ଅଂଚଳରେ କରୋନା ଯୋଦ୍ଧା ୨ ଆଶାକର୍ମୀଙ୍କ ସମେତ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ବ୍ଲକର ଧଳେଶ୍ୱର ପଂଚାୟତ ଆଶାକର୍ମୀ ଓ ଛଣିଜଙ୍ଗ ପଂଚାୟତର ଆଶାକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଛଣିଜଙ୍ଗ ପଂଚାୟତର ୪ଜଣ,ତମ୍ପାଳୋ ପଂଚାୟତର ଜଣେ,ନିମାପଡା ମେଡିକାଲର ଜଣେ କର୍ମଚାରୀ,ବଳଙ୍ଗା ଟିଏମ୍ସି ସେଂଟରରୁ ୪ଜଣ,ନିମାପଡା ଏନ୍ଏସି ଅମ୍ମୁଣିଆ ପାଟଣା ଓ ଜଇନାବାଦ ଗ୍ରାମର ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Leave A Reply