Odisha news

ରୋଟାରୀ କ୍ଳବ ଓ ବସନ୍ତ ମଞ୍ଜରୀ ଚକ୍ଷୁ ଚିକିତ୍ସ୍ୟାଳୟର ପକ୍ଷରୁ କରୋନା ସଚେତନତା ଶିବିର

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : ରୋଟାରୀ କ୍ଳବ ଭୁବନେଶ୍ୱର ୟୁନିକ ଓ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସ୍ୟାଳୟର ମିଳିତ ଆନୁକୁଲ୍ୟରେ ଏକ କରୋନା ସଚେତନତା ଶିବିର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ ମଞ୍ଜରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ଶିବିରରେ ଚକ୍ଷୁ ଚିକିତ୍ସ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ।

ଶିବିରରେ ରୋଟାରୀ କ୍ଲବ ଭୂବନେଶ୍ୱର ୟୁନିକର ସଭାପତି ରୋଟାରୀୟାନ ଡା. ସରୋଜ କୁମାର ତ୍ରିପାଠୀ, ପୂର୍ବତନ ସଭାପତି ଦିବ୍ୟରଞ୍ଜନ ଦାଶ, ସମ୍ପାଦକ ନିରଜନୟନ ଦତ୍ତ ଓ ସୀମା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଉପସ୍ଥିତ ନିକଟସ୍ଥ ଗ୍ରାମାଚଂଳର ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ଓ ରେନକୋର୍ଟ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ସିଂ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା ବେଳେ ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, କିଶୋର ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ ।

Leave A Reply