Odisha news

ଫୋବର୍ସ ୨୦୨୦ : WWE ର ରେସଲର “ରକ” ବିଶ୍ୱର ସବୁଠାରୁ ଅଧିକ ରୋଜଗାର କରୁଥିବା ଷ୍ଟାର , ଷଷ୍ଠ ସ୍ଥାନରେ ଅକ୍ଷୟ କୁମାର

0

ନୂଆଦିଲ୍ଲୀ : ଫୋବର୍ସ ୨୦୨୦ ର ସବୁଠାରୁ ଅଧିକ ରୋଜଗାର କରୁଥିବା ଟପ-10 ଷ୍ଟାରଲିଷ୍ଟ ଜାରି କରିଛି l ଏହି ଲିଷ୍ଟ ଅନୁସାରେ ଚଳିତ ବର୍ଷ ପ୍ରଥମ ନମ୍ବରର ସ୍ଥାନରେ WWE ର ସୁପରଷ୍ଟାର ଦ ରକ କବଜା କରିଛନ୍ତି l ଗତବର୍ଷ ମଧ୍ୟ ରକ ସବୁଠାରୁ ଅଧିକ ରୋଜଗାର କରିଥିବା ସୁପରଷ୍ଟାର ଲିଷ୍ଟର ଏକନମ୍ବର ସ୍ଥାନରେ ରହିଥିଲେ l ଫୋବର୍ସ ଏହି ତାଲିକା ଜୁନ ୨୦୧୯ ରୁ ନେଇ ଜୁନ ୨୦୨୦ ମଧ୍ୟରେ ଦୁନିଆର ସମସ୍ତ ସେଲିବ୍ରେଟି ମାନଙ୍କର ରୋଜଗାର ତାଲିକା ପ୍ରସ୍ତୁତ କରିଥାଏ l ଏହି ତାଲିକାକୁ ଆଧାର କରି ଏହି ଲିଷ୍ଟ ଜାରି କରାଯାଏ l

ଚଳିତ ବର୍ଷ ଏହି ଲିଷ୍ଟରେ ରକ ୮୭.୫ ମିଲିୟନ ଡଲାର ରୋଜଗାର କରି ପୁନର୍ବାର ଏକନମ୍ବରରେ ରହିଛନ୍ତି l ଏହି ଲିଷ୍ଟରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନାମ ମଧ୍ୟ ସାମିଲ ହୋଇଛି l ଅକ୍ଷୟ କୁମାର ମାତ୍ର ଜଣେ ଭାରତୀୟ ଏହି ସୁପରଷ୍ଟାର ଲିଷ୍ଟରେ ୧୦ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି l ବିଶ୍ୱର ଏହି ୧୦ ଜଣଙ୍କ ମଧ୍ୟରେ ଅକ୍ଷୟଙ୍କ ନାମ ଷଷ୍ଠ ସ୍ଥାନରେ ରହିଛି l ସେ କେବଳ ଭାରତୀୟ ମାନଙ୍କ ମଧ୍ୟରେ ନୁହେଁ ବରଂ ହଲିଉଡ଼ର ଦିଗଜ ମାନଙ୍କୁ ପଛରେ ପକାଇ ଦେଇଛନ୍ତି l ଅକ୍ଷୟ କୁମାର ୪୮.୫ ମିଲିୟନ ଡଲାର ରୋଜଗାର କରି ଷଷ୍ଠ ସ୍ଥାନରେ ରହିଛନ୍ତି l

ପ୍ରଫେସନାଲ ରେଶଲିଙ୍ଗରେ ଖତରନାକ କଳା ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିଣିଥିବା ରକ ହଲିଉଡ଼ର ସବୁଠୁ ବଡ ସୁପରଷ୍ଟାର ହୋଇଯାଇଛନ୍ତି l ରକ ଅନେକ ଦିନରୁ WWE ର ରିଙ୍ଗରେ ଦେଖା ଯାଉନାହାନ୍ତି l ଲଗାତାର ହେଉଥିବା ଚଳଚିତ୍ର ସୁଟିଙ୍ଗ କାରଣରୁ ସେ WWE ରେ ଖୁବ କମ ଉପସ୍ଥିତ ରହୁଛନ୍ତି l

Leave A Reply