Odisha news

ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବୃକ୍ଷରୋପଣ

0

ପୁରୀ,୧୨ା୮(ସବୁ୍ୟ):ଜେଲ୍ ପରିସରରେ ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ପୁରୀ ଜିଲ୍ଲାସ୍କୁଲର ୧୯୯୧ ବ୍ୟାଚ ପୂରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପୁରୀ ଜେଲକୁ ସବୁଜ ସୁନ୍ଦର କରିବା ପାଇଁ ପୁରୀ ଜିଲ୍ଲାସ୍କୁଲର ପୂରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ୩୫୦ଟି ଆମ୍ବ, ପଣସ, ଡ଼ାଳିମ୍ବ, ସେପେଟା, ପିଜୁଳି, ଲିଚୁ ଓ ଜାମୁ ପ୍ରଭୁତି ଗଛ ଜେଲ୍ ଅଧିକ୍ଷକ ସରୋଜ କୁମାର ବିଶ୍ୱାଳଙ୍କୁ ପ୍ରଦାନ କରିଥିଲେ । ଯୁବ ଶକ୍ତିର ବିକାଶରେ ଦେଶ ତଥା ସମଗ୍ର ବିଶ୍ୱର ବିକାଶ ସମ୍ଭବ ବୋଲି ଏହି ଅବସରରେ ଶ୍ରୀବିଶ୍ୱାଳ କହିଥିଲେ । ପ୍ରଦୀପ କୁମାର ନାୟକ, ନରସିଂହ ରାଓ, ଜଗନ୍ନାଥ ସେଠୀ, ଜନାର୍ଦ୍ଦନ ପୂଜାପଣ୍ଡା ଓ ମୁନାକର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply