Odisha news

ମାହାଙ୍ଗାରେ ପ୍ରତିଷ୍ଠାହେବ ନୂଆ ଅଦାଲତ

0

ମାହାଙ୍ଗା : ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ୬୫ଟି ନୂତନ ଅଦାଲତ ମଧ୍ୟରେ ମାହାଙ୍ଗା ସ୍ଥାନ ପାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମାହାଙ୍ଗାରେ ମଧ୍ୟ ଏକ ନୂତନ  ଜେଏମ୍ଏଫସି କୋର୍ଟ (ଜୁନିୟର ଡିଭିଜନ)ପ୍ରତିଷ୍ଠା ହେବାକୁ ଯାଉଥବାରୁ ଏହି ଅଞ୍ଚଳର ଲୋକମାନେ ହାତ ପାହାନ୍ତାରେ ନ୍ୟାୟ ପାଇ ପାରିବେ । ସ୍ଥାନୀୟ ବିଧାୟକ ତଥା ଆଇନ,ପଞ୍ଚାୟତରାଜ,ପାନୀୟଜଳ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ପ୍ରତିଷ୍ଠା ହେବାକୁ ଥିବା ଉକ୍ତ ଅଦାଲତ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ କୁମାର ନାୟକ,ସମାଜସେବୀ ଉମାଶଙ୍କର ବିଶ୍ୱାଳ,ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର,ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ସମାଜସେବୀ ଅମୀୟ କୁମାର ସାହୁ,ଆଇନଜୀବୀ ଦୀପକ କୁମାର ମହାନ୍ତି,ଆଇନଜୀବୀ ଜତିନ୍ଦ୍ରନାଥ ମହାନ୍ତି,କଟକ ଜିଲା ଏସୟୁଜେ(ଓ) ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି,ସାହିତି୍ୟକ ଡ.ଏକାଦଶୀ ପ୍ରଧାନ,ପ୍ରେସକ୍ଲବ ସାଧାରଣ ସମ୍ପାଦକ ବିଜୟ ଜେନା,ଉପସଭାପତି ରଶ୍ମିରଞ୍ଜନ ମହାନ୍ତି,ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ସାମ୍ବାଦିକ ବିବେକାନନ୍ଦ ଦାସ,ସାମ୍ବାଦିକ ଅଚୁ୍ୟତାନନ୍ଦ ନାୟକ,ସାମ୍ବାଦିକ ଅଶିତ ସାମଲ,ସାମ୍ବାଦିକ ଶଶିଭୂଷଣ ଷଢଙ୍ଗୀଙ୍କ ସମେତ ବହୁ ବୁଦ୍ଧିଜୀବୀ,ସାହିତି୍ୟକ ଓ ଆଇନଜୀବୀ ପ୍ରମୁଖ ମାହାଙ୍ଗା ବାସୀଙ୍କ ଦୀର୍ଘ ଦିନର ଦାବି ପୁରଣ ହେବାକୁ ଯାଉଥିବାରୁ ଆଇନ ମନ୍ତ୍ରୀ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 

Leave A Reply