Odisha news

ଅସ୍ତରଙ୍ଗ ଅଂଚଳରେ ଜନ୍ମାଷ୍ଠମୀ ପାଳିତ

0

ଅସ୍ତରଙ୍ଗ : ଅସ୍ତରଙ୍ଗ ସମେତ ଏହାର ଆଖ ପାଖ ଅଂଚଳରେ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ଉପଲକ୍ଷେ ବିଭିନ୍ନ ଦେବା ଦେବୀ ତଥା ଧର୍ମାନୁଷ୍ଠାନ ମାନଙ୍କରେ ଜନ୍ମାଷ୍ଠମୀ ଉସôବ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଆଳସାହି ପଂଚୟତର ବରାଙ୍ଗ ଗ୍ରାମର ରାଧାକୃଷ୍ଣ ମନ୍ଦିର ଠାରେ ଅନନ୍ତା ଗ୍ରାମର ଯୁବ ସମାଜସେବୀ ପ୍ରଦିପ୍ତ ସ୍ୱାଇଁଙ୍କ (ପାଗଲ ଭାଇ) ପ୍ରତ୍ୟକ୍ଷ ତତ୍ୱବଧାନରେ ଠାକୁରଙ୍କ ରିତିନିତି ସମାପନ ହୋଇଥିବା ବେଳେ , ହିରାଦେଇପୁରର ରଘୁନାଥ ଜିଉ ମଠ, ଅସ୍ତରଙ୍ଗର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବାସଭବନ ଠାରେ ତାଙ୍କାର ସୁପୁତ୍ର ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକଙ୍କ ଉପସ୍ଥିତିରେ ମଧ୍ୟ ଜନ୍ମାଷ୍ଠମି ନିରାଡମ୍ବରରେ ପାଳିତ ହୋଇଯାଇଅଛି ।

ତତ୍ସହିତ ଅସ୍ତରଙ୍ଗ ଗ୍ରାମରେ ଥିବା ବାସୁଦେବ ମନ୍ଦିର , ସମୁଦ୍ର ତଟରେ ଥିବା ଗୋମୂଖୀ କେଶବଙ୍କ ମନ୍ଦୀର ପ୍ରଭୃତି ସ୍ଥାନରେ ବିଶେଷ ରିତିନିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସକାଳୁ ସକାଳୁ ମହିଳାମାନେ ଉପବାସ ବ୍ରତ ପାଳନ କରି ରାଧାକୃଷ୍ଣଙ୍କୁ ଦର୍ଶନ କରିଥିଲେ । ସଂଧ୍ୟା ସମୟରେ ପ୍ରାୟ ଗ୍ରାମ ମାନଙ୍କରେ ଜନ୍ମାଷ୍ଠମୀ ଉପଲକ୍ଷେ ଧର୍ମ ପରାୟଣ ତଥା ଭାଗବତ ପରାୟଣ ବା କୃଷ୍ଣଙ୍କ ଲିଳା ଖେଳା ଉପରେ ପ୍ରବଚନ ପରେ ଜନ୍ମାଷ୍ଠମୀ ଓଶା କରିଥିବା ପୁରୁଷ ଓ ମହିଳା ମାନେ ଦିନ ସାରା ନିଷ୍ଠାର ସହ ଉପବାସ ରହି ରାତ୍ରରେ ଜଳଖିଆ ସେବନ କରି ପୂଜା ସମାପନ କରିଥାଆନ୍ତି ।

Leave A Reply