Odisha news

ଭିଡିଓ-କନଫେରେନଶ୍ ରେ ୫- ଟି ସଚିବ ଙ୍କ କରୋନା ମୁକାବିଲା ଆଲୋଚନା

0
ଆସିକା  : ଭିଡିଓ  -କନଫେରେନଶ୍  ମାଧ୍ୟମରେ  ଆଜି  ୫- ଟି ସଚିବ ଭି. କାର୍ତ୍ତିକେୟ ପଣ୍ଡିଆନ  ଆସିକା ବ୍ଲକ ର ବିଭିନ୍ନ ସରପଞ୍ଚ ଓ ପଂଚାୟତ ପ୍ରତିନିଧି ଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି।  ସୋମବାର ଅପରାହ୍ନ ରେ ବ୍ଲକ ସଭାଗୃହରେ  ଅନୁଷ୍ଠିତ ଆଲୋଚନାରେ ପଂଚାୟତ ଠାରୁ ଗ୍ରାମାଞ୍ଚଳ ରେ କରୋନା ଜନିତ ସାମ୍ପ୍ରତିକ ପରିସ୍ଥିତି ଓ ରୋକିବା ପାଇଁ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।ସଂକ୍ରମଣ ରୋକିବା ପାଇଁ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ଓ ସଚେତନତା ଉପରେ ଗୁରୁତ୍ବ ଦେବାକୁ ଶ୍ରୀ  ପଣ୍ଡିଆନ ପରାମର୍ଶ ଦେଇଥିଲେ  ।ଏଥିରେ ବ୍ଲକ ର ୨୭ ପଞ୍ଚାୟତ ମଧ୍ୟରୁ ୧୮ସରପଞ୍ଚ ଅଂଶଗ୍ରହଣ କରିଥିଲେ।
ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଷନ୍ ଶତପଥୀଙ୍କ ସଂଯୋଜନା ସରପଂଚ ଅମୂଲ୍ୟ କୁମାର ଉପାଧ୍ୟାୟ,ନନ୍ଦକୁମାର ବିଶୋୟୀ, ମନୋଜ ନାହାକ ବରଗାଁ ର  ଶିବ ନାହାକ ପ୍ରମୁଖ ଆଲୋଚନା କରିଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ସମେତ ବ୍ଲକ ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖ କରାଯାଇପାରେ ୫- ଟି ସଚିବ ଗଞ୍ଜାମ ଜିଲ୍ଲା ର ବହୁ ବ୍ଲକ୍ ଅଫିସ୍ ରେ ପଞ୍ଚାୟତ ପ୍ରତିନିଧି ଙ୍କ ସହ ଆଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନ୍ୟ କିଛି  ବ୍ଲକ୍ ଅଫିସ୍ ରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।
Leave A Reply