କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା- ପଟ୍ଟାମୁଣ୍ଡାଇ ରାସ୍ତାର ପଥରକଣୀ ଠାକୁରାଣୀଙ୍କ ନିକଟବର୍ତୀ ରାସ୍ତା ଉପରୁ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ସାଢେ ୬ ଲକ୍ଷ ଟଙ୍କା ଲୁଟ ହୋଇଥିବା ନିକିରାଇ ଥାନାରେ ଅଭିଯୋଗ ହୋଇଛି ।
କେନ୍ଦ୍ରାପଡା ମଢିଆଳର ଯୁବ ବ୍ୟବସାୟୀ ସୋମନାଥ ସାହୁ ହିନ୍ଦୁସ୍ଥାନ ଲିଭରର ଡିଲର ଭାବେ କାର୍ଯ୍ୟ କରୁଥିବା ବେଳେ ପଟ୍ଟାମୁଣ୍ଡାଇ ଅଂଚଳରୁ ବ୍ୟବସାୟ ଜନିତ ସାଢେ ୬ ଲକ୍ଷ ଟଙ୍କା ଅର୍ଥ ଆଦାୟ କରି ଏକ ପିକପ ଭ୍ୟାନ ନଂ-ଓଆର-୦୫ଆର-୮୦୯୫ ଯୋଗେ ଫେରୁଥିଲେ ।
ତେବେ ଏକ କଳା ପଲସର ଗାଡିରେ ୩ଜଣ ଅଜଣା ଯୁବକ ସେହି ସ୍ଥାନରେ ଭ୍ୟାନକୁ ଅଟକାଇବା ସହ ଭିତରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଲଗାଇ ଓ ଭୁଜାଲି ଦେକାଇ ସାଢେ ୬ ଲକ୍ଷ ଟଙ୍କା ଲୁଟିନେଇ ପଳାଇ ଯାଇଥିଲେ । ଏ ନେଇ ସୋମନାଥ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି ।