କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଫଳ, ପନିପରିବା ଓ ପାରଂପରିକ ଚାଷ କରୁଥିବା କୃଷକ ମାନଙ୍କ ଗୋଷ୍ଠୀ ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯାଳୟରେ ଗୁରୁବାର ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ବୈଠକରେ ଜିଲ୍ଲା ର ମହାକାଳପଡା, ରାଜନଗର ଓ ରାଜକନିକା ବ୍ଲକରେ ୮ଟି କୃଷକ ଉତ୍ପାଦକ ଗୋଷ୍ଠୀ କାର୍ଯ୍ୟକାରୀ ହେଉଥିବା ବେଳେ ଅନ୍ୟ ବ୍ଲକକୁ ଏହାକୁ ସଂପ୍ରସାରଣ କରି ସାମୁହିକ ଉନ୍ନତି ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ଫଳ, ପନିପରିବା ଓ କୃଷିଜାତ ସାମଗ୍ରୀର ଲାଭ ଜନକ ବିକ୍ରୟ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପ୍ରରତ୍ୟକ ଗୋଷ୍ଠୀରେ ୩୦୦ ରୁ ୫୦୦ କୃଷକ ମାନେ ସଭ୍ୟ ରହି ଗୋଷ୍ଠୀ ଗୁଡିକୁ ସରକାରଙ୍କ କମ୍ପାନୀ ନିୟମ ଅନୁଯାୟୀ ରେଜିଷ୍ଟି ଭୁକ୍ତ କରିବେ ।
ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ କୃଷକ ମାନଙ୍କୁ ଦିଆଯାଉ ଥିବା ପ୍ରୋସôହନ ରାଶି ଓ ଆର୍ଥିକ ସହାୟତା ସେମାନଙ୍କୁ ନାବାର୍ଡ ମାଧ୍ୟମରେ ପ୍ରଦାନ କରାଯିବ । ଜିଲ୍ଲାର ଡେରାବିଶ ଓ ମାର୍ଶାଘାଇ ଅଂଚଳରେ ଫଳ ଓ ପନିପରିବା ଚାଷ କରୁଥିବା କୃଷକଙ୍କ ସଂଖ୍ୟା ଅଧିକ ଥିବାରୁ ଆଗାମୀ ଦିନରେ ଏହି ୨ ବ୍ଲକରେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ାଃ ସୂର୍ଯ୍ୟ ନାରାୟଣ ମିଶ୍ର, ଡି.ଡି.ଏମ ନାର୍ବାଡ ଅଶୈାକ କୁମାର ଆଚାର୍ଯ୍ୟ, ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ମହା ସୁଆର, ଡିଏଫ୍ଓ ମମତା ମହାପାତ୍ର, ଜିଲ୍ଲା ଉଦ୍ୟାନ ଅଧିକାରୀ କନ୍ଦ ଜେନା, ସିଡିବିଓ ପ୍ରସନ୍ନ ପଟ୍ଟନାୟକ, ଓଏଲ ଏମ ର ଡିପିଏମ ଏସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।