ବେତନଟୀ : ବେତନଟୀ ମାଟିର ପୁଅ ରେଳବାଇ କର୍ମଚାରୀ ସ୍ୱର୍ଗତଃ ଭାଗବତ ମୁର୍ମୁ ଓ ପାର୍ବତୀ ମୁର୍ମୁଙ୍କ ବଡ ପୁଅ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଗତ ଅକ୍ଟୋବର ୨୦୧୯ରେ ନୂତନ ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷିତ ହେଇ ଥିବା ଜମ୍ମୁ ଓ କାଶ୍ମିରର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟୀତ୍ୱ ଗ୍ରହଣ କରିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରା ଯାଇ ଥିଲା । ଗତକାଲି ସେ ଜମ୍ମୁ ଓ କାଶ୍ମିରର ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇ ଥିବାର ଜଣା ପଡିଛି । ଗିରୀଶଙ୍କୁ କେନ୍ଦ୍ର ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ପଦବୀରେ ନିଯୁକ୍ତି ମିଳିବ ବୋଲି ଜଣା ପଡିଛି । ଏହି ଖବର ପ୍ରଚାର ହେବା ପରେ ବେତନଟୀ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।
ଘଟଣା ବାବଦରେ ପ୍ରତିକ୍ରିୟା ରଖି ବଡସାହି ବିଧାୟକ ସନାତନ ବିଜୁଳି କହିଲେ ଗିରୀଶଚନ୍ଦ୍ର ମୁର୍ମୁ ମୟୂରଭଞ୍ଜର ଜଣେ ଉଜ୍ଜ୍ୱଳ ପ୍ରତିଭା ଓ ଏହି ଜିଲ୍ଲାର ଗର୍ବ ଓ ଗୌରବ ବୋଲି ମତ ପ୍ରକାଶ କରିଛନ୍ତି । ଅଞ୍ଚଳବାସୀଙ୍କ ଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବେତନଟୀର ବରିଷ୍ଠ ନାଗରିକ ସଂଘର ସଭାପତି ଆଡଭୋକେଟ ହିମାଂଶୁ କୁମାର ପରିଡା, ବିଶିଷ୍ଟ ବ୍ୟବସାୟୀ ରାମେଶ୍ୱର ମିଶ୍ର, ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ, ବେତନଟୀର ଶ୍ରେଷ୍ଠ ଗ୍ରାମୀଣ ସାମ୍ବାଦିକ ଅଜୟ କୁମାର କର, ଗିରୀଶଙ୍କ ବାଲ୍ୟ ଗୁରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାମୋହନ ବେହେରା, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ବିଶ୍ୱାଳ, ଉପସଭାପତି ସର୍ବେଶ୍ୱର ମହାନ୍ତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସମ୍ପାଦକ ଗତିକୃଷ୍ଣ ମହାନ୍ତ, ସହସମ୍ପାଦକ ଆଶିଷ ଦାସ, କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାମଲ ପ୍ରମୁଖ ଗିରୀଶଙ୍କୁ ବଧାଇ ଜଣାଇଛନ୍ତି ।
ସେହିପରି ଗିରୀଶଙ୍କ ଧର୍ମପନôୀ ସ୍ମିତା ଶୁକ୍ଳା ମୁର୍ମୁ ପଦ୍ମମାଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏହି ସଂଗଠନର ସାମଗ୍ରିକ ଉନ୍ନତି ପାଇଁ ବହୁ ମୂଲ୍ୟ ଉପଦେଶ ଦେଇଛନ୍ତି । ତେଣୁ ପଦ୍ମମାଳିର ଉପଦେଷ୍ଟା ବିଶିଷ୍ଟ ଲେଖିକା ସୈରିନ୍ଧ୍ରୀ ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରିଣୀ ମାହେଶ୍ୱରୀ ସେଠୀ, ଲେଖିକା ରମା ମିଶ୍ର, ସବିତା ମିଶ୍ର, ଅଧ୍ୟାପିକା ମନ୍ଦାକିନୀ ସାହୁ, ମନୋରମା ସାହୁ, ପଦ୍ମମାଳି ଅଧ୍ୟକ୍ଷା ବୀଣା ଦାସ, ସଭାପତି ପ୍ରଫେସର ସଂଯୁକ୍ତା, ଉପସଭାପତି ଗୀତାଞ୍ଜଳୀ ଭୂୟାଁ, ଜୟନ୍ତୀ ଖଟୁଆ, ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, ସହସମ୍ପାଦିକା ସୁପ୍ରଭା ବିଶ୍ୱାଳ, ସୁମତୀ ମହାନ୍ତ, କୋଷାଧ୍ୟକ୍ଷା ବିନୋଦିନୀ ମହାନ୍ତ, ମିନାକ୍ଷୀ ପରିଡା, ମଧୁସ୍ମିତା ଦାସ, ଗାୟତ୍ରୀ ପରିଡା, ରଞ୍ଜିତା କର, ଚନ୍ଦ୍ରଭାମା ଦାସ, କୁମୁଦିନୀ ମହାନ୍ତ ଓ ଅନ୍ୟମାନେ ଗିରୀଶଙ୍କ ସହିତ ନୂତନ ପଦବୀ ମିଳିଥିବାରୁ ତାଙ୍କ ଧର୍ମପନôୀ ସ୍ମିତା ମୁର୍ମୁ ଓ ମାତା ପାର୍ବତୀ ମୁର୍ମୁଙ୍କୁ ମଧ୍ୟ ବଧାଇ ଜଣାଇଛନ୍ତି ।