Odisha news

ପାକିସ୍ତାନର ପୂର୍ବ କ୍ରୀକେଟିୟର ରାମ ମନ୍ଦିର ଭୂମିପୂଜନକୁ କହିଲେ ଐତିହାସିକ , ଜୟ ଶ୍ରୀରାମ ; ତା ପରେ …

0

ନୂଆଦିଲ୍ଲୀ : ଗୋଟିଏ ଲମ୍ବା ପ୍ରତୀକ୍ଷା ପରେ ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ଭୂମିପୂଜନ କାର୍ଯ୍ୟ ସମାପ୍ତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କାର୍ଯ୍ୟକ୍ରମର ପ୍ରଥମ ଇଟା ରଖି ଅନାବରଣ କରିଥିଲେ l ଏହା ସହିତ ଭାରତ ସମେତ ସାରା ବିଶ୍ୱରେ ଏକ ଆନନ୍ଦର ବାତାବରଣ ଖେଳି ଯାଇଥିଲା l କେଉଁଠି ଲଡୁ ବଣ୍ଟାଯାଇଥିଲା ତ କେଉଁଠାରେ ଦୀପ ଜଳ ହୋଇ ଉତ୍ସବ ପାଳନ କରାଯାଇଥିଲା l ଇତି ମଧ୍ୟରେ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ ଏହାକୁ ସ୍ୱାଗତ ଜଣାଇ ଖୁସି ଜାହିର କରିଥିଲେ ପୂର୍ବତନ ଜଣେ ପାକିସ୍ତାନୀ କ୍ରୀକେଟିୟର l

ପାକିସ୍ତାନର ପୂର୍ବ ଲେଗ ସ୍ପିନର ଦାନିଶ କନେରୀୟl ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମକୁ ସାରା ବିଶ୍ୱରେ ଥିବା ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଐତିହାସିକ ଦିନ କହିଛନ୍ତି l  ଦାନିଶ କନେରୀୟl ନିଜ ଟ୍ୱିଟର ଆକାଉଣ୍ଡରେ ଲେଖିଛନ୍ତି “ଆଜି ସାରା ବିଶ୍ୱରେ ଥିବା ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଐତିହାସିକ ଦିନ l ଭଗବାନ ରାମ ଆମର ଆଦର୍ଶ ଅଟନ୍ତି l ଆମେ ସୁରକ୍ଷିତ ଅଛୁ ଓ ଆମର ଧାର୍ମିକ ବିଶ୍ୱାସ ପାଇଁ କାହାକୁବି କୌଣସି ସମସ୍ୟା ହେବl ଉଚିତ ନୁହେଁ l ପ୍ରଭୁ ଶ୍ରୀରାମଙ୍କ ଯିବନି ଆମକୁ ଏକତା ଓ ଭାଇଚାରା ଶିଖାଉଚି ,ଜୟ ଶ୍ରୀରାମ l ”

ଜୟ ଶ୍ରୀରାମ କହିବା ସହିତ ପୂର୍ବ ପାକିସ୍ତାନୀ କ୍ରିକେଟର କହିଛନ୍ତି ଯେ ଭଗବାନ ରାମଙ୍କ ସୁନ୍ଦରତା ତାଙ୍କର ଚରିତ୍ରରେ ନିହିତ ଅଛି ,ତାଙ୍କ ନାମରେ ନୁହେଁ l ପ୍ରଭୁ ଶ୍ରୀରାମ ବିଜୟର ପ୍ରତୀକ ଅଟନ୍ତି l ଆଜି ସାରା ବିଶ୍ୱରେ ଖୁସିର ଲହରୀ ଖେଳି ଯାଇଛି ,ଏହା ଏକ ସନ୍ତୋଷର ମୁହୂର୍ତ l

ଦାନିଶ କନେରୀୟl ଗତବର୍ଷ ଡିସେମ୍ବରରେ ଅଚାନକ ଚର୍ଚାକୁ ଆସିଥିଲେ ,ଯେବେକି ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର କହିଥିଲେ କିଛି ପାକିସ୍ତାନୀ କ୍ରୀକେଟିୟର  ଦାନିଶ କନେରୀୟlଙ୍କ ସହିତ ଖାଇବା ପାଇଁ ମଧ୍ୟ ପଛାଇଥାନ୍ତି କାରଣ ସେ ହିନ୍ଦୁ ଅଟନ୍ତି l କିନ୍ତୁ ପରେ ଅଖତର ବୟାନ ଦେଇ କହିଥିଲେ ଯେ ତାଙ୍କର ଉଦେଶ୍ୟ ଭୁଲ ଭାବରେ ଦର୍ଶା ଯାଇଛି କିନ୍ତୁ ସେ ଏପରି କୌଣସି ମତ ଦେଇନଥିଲେ l

Leave A Reply