Odisha news

କରୋନା ଯୋଦ୍ଧାଙ୍କ ଉଦେ୍ଦଶ୍ୟରେ ସାଲେପୁରର ବିଭିନ୍ନ ସ୍ଥାନରେ ନିରବ ପ୍ରାର୍ଥନା ଓ ଶପଥ ପାଠ

0

ସାଲେପୁର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟର ପୁରପଲ୍ଲୀରେ କରୋନା ମୁକାବିଲା ପାଇଁ ନିଜକୁ ସମର୍ପିତ କରିଥିବା କରୋନା ଯୋଦ୍ଧାଙ୍କ ଉଦେ୍ଦଶ୍ୟରେ ସନ୍ଧ୍ୟା ୬ଟାରେ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ ବାଲିସାହି ପଞ୍ଚାୟତ ପକ୍ଷରୁ ରୋଧପୁର ଶାରଳା ମଣ୍ଡପଠାରେ କରୋନା ଯୋଦ୍ଧାଙ୍କ ଉଦେ୍ଦଶ୍ୟରେ ବାଲିସାହି ସରପଞ୍ଚ ସରସ୍ୱତୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମିତିସଭ୍ୟ ବିଭୁତିଭୂଷଣ ଦାଶ, ଅଶୋକ କୁମାର ଦାସ, ଗୁଲରେଜ୍ ଅଲ୍ଲୀ, ସରପଞ୍ଚ ପ୍ରତିନିଧି ଜୟରାମ ବେହେରା, ବିନୋଦ କୁମାର ସାମଲ, ବିଜେଡି ସଭାପତି ଅଶ୍ୱିନୀ କୁମାର ଦାସ, ବିଚିତ୍ର ଭୋଇ, ଦୀପକ ସ୍ୱାଇଁ, କାହ୍ନୁ ନାୟକଙ୍କ ସମେତ ବହୁ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ କରୋନା ଯୋଦ୍ଧାଙ୍କ ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା ଓ ଶପଥ ପାଠ କରିଥିଲେ ।

ସେହିପରି ଚନ୍ଦ୍ରାଦେଇପୁର, ବାରିଗୋଳ, ପିକୋଳ, ଛାଣିପୁର, ମିର୍ଜାପୁର, ରାଇସୁଙ୍ଗୁଡ଼ା, ମଧ୍ୟକଚ୍ଛ, ରଟିଲୋ, ପୁରୁଣାହାଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧାଙ୍କ ସମ୍ମାନ ଓ ସେମାନଙ୍କୁ ଉତ୍ସାହିତ କରିବା ଉଦେ୍ଦଶ୍ୟରେ ଶପଥ ପାଠ ଓ ନିରବ ପ୍ରାର୍ଥନା କରାଯାଇଥିଲା । ସେହିପରି ସାଲେପୁର ବ୍ଲକ୍ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସବ୍ରେଜିଷ୍ଟର କାର୍ଯ୍ୟାଳୟ, ସାଲେପୁର ପୁଲିସ ଷ୍ଟେସନ୍, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା

Nalco
Leave A Reply