Odisha news

ବ୍ୟାସନଗର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ଯାଜପୁର-କୋରେଇ ବିଧାୟକ ଓ ଜିଲାପାଳ

0

ବ୍ୟାସନଗର : ବ୍ୟାସନଗର ବିକାଶ ପାଇଁ ଅଣ୍ଟାଭିଡ଼ିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, କୋରେଇ ବିଧାୟକ ଅଶୋକ ବଳ ଏବଂ ଜିଲାପାଳ ରଂଜନ କ କୁମାର ଦାସ । ସହର ବିକାଶର ନୀଳ ନକ୍ସା ପ୍ରସ୍ତୁତ ସହ ବିଭିନ୍ନ ପ୍ରକଳ୍ପପାଇଁ ବହୁ କୋଟି ଟଙ୍କାର ହୋଇଥିବା ମଞ୍ଜୁରୀ ଅର୍ଥ କିଭଳି ଭାବେ ବିନିଯୋଗ ହେବ ତାହାନେଇ ପଦକ୍ଷେପ ନେଇଛନ୍ତି । ବ୍ୟାସନଗରର ଟାଉନ ହଲ୍ ନୁତନ ଢଙ୍ଗରେ ନିର୍ମାଣ ପାଇଁ ଖୁବ୍ ଶୀଘ୍ର ପୁରୁଣା କୋଠାକୁ ଭଙ୍ଗଯିବ । ଟାଉନ୍ ହଲ୍ ରୂପରେଖ କିପରି ହେବ ତାହାର ନକ୍ସା ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ମାନେ ଦେଖିଥିଲେ । ଅଞ୍ଚଳର ଏକମାତ୍ର ପର୍ଯ୍ୟଟନ ସ୍ଥଳ ବ୍ୟାସ ସରୋବର ବିକାଶ କରାଯିବ । ସରୋବରକୁ ସବୁଜ ବନାନୀ କରାଯିବ କିନ୍ତୁ ତାହା ସହରୀ ଜଙ୍ଗଲ ଭଳି ହେବ । ଜିଲାର ଏକମାତ୍ର ଗୋଶାଳାର ଉନ୍ନତୀ ପାଇଁ ସମସ୍ତ ପ୍ରକାର ସହାୟତା ମିଳିବ ।

ବିଧାୟକ ଏବଂ ଅଧିକାରୀ ଗୋଶାଳା ପରିଦର୍ଶନ ବେଳେ ଗାଈ ଗୋରୁଙ୍କ ପାଇଁ ସେଡ୍ର ଆବଶ୍ୟକତା, କର୍ମଚାରୀଙ୍କ ରହିବା ପାଇଁ ଗୃହ ବ୍ୟବସ୍ଥା, ଘାସ ଚାଷ, ପୋଖରୀ, ବିଦୁ୍ୟତ୍ କରଣ କରାଯିବାକୁ କମିଟିର ରଜତ୍ ରାଉତ, ଦୀନେଶ ମସ୍କରା, ଅମୁଲ୍ୟ ନାୟକ, ଦେବନ୍ଦ୍ର ସାମଲ ପ୍ରମୁଖ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ରାଜୀବ ଗାନ୍ଧୀ ଷ୍ଟାଡିୟମ୍ର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଷ୍ଟାଡିୟମ୍ର ପରିସୀମାକୁ ପରିବ୍ୟାପ୍ତ କରାଯିବ । ଷ୍ଟାଡିୟମ୍ ପରିସରରେ ପାର୍କ, ଜିିମ୍ ସେଣ୍ଟର ସହ ପାର୍କିଂର ସୁବ୍ୟବସ୍ଥା କରାଯିବ । କ୍ରିଡାବିତ୍ଙ୍କ ପାଇଁ ସ୍ୱତନ୍ତ୍ର ରେଷ୍ଟ ରୁମ୍ ସହ ପଡିଆ ଚାରିପାଖେ ୮ ଲେନ୍ ବିଶିଷ୍ଟ ରନିଙ୍ଗ୍ ଟ୍ରାକ୍ କରାଯିବା ପାଇଁ ନକ୍ସା ପ୍ରସ୍ତୁତ କରାଯାଇଛି । ସେହିପରି ଅର୍ଥବାଧକ ପାଇଁ ଅଧାରେ ଅଟକି ରହିଥିବା ସଂସ୍କୃତିଭବନ ଚଳିତ ବର୍ଷ ଶେଷ ସୁଧା ଲୋକାର୍ପିତ କରାଯିବ । ଆବଶ୍ୟକ ଅର୍ଥର ଅନୁମୋଦନ ହୋଇସାରିଛି,ଏଣୁ ତ୍ୱରିତ ପ୍ରକ୍ରିୟାରେ କାର୍ଯ୍ୟ ଆରମ୍ଭ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

ଏହା ସହ ପୈାର କାର୍ଯ୍ୟାଳୟରେ କଳିଙ୍ଗନଗର ଉନ୍ନୟନ କର୍ତୁପକ୍ଷର ସମୀକ୍ଷା ବୈଠକ ହୋଇଥିଲା । କେଏନଡ଼ିଏ ଷ୍ଟାଡ଼ିୟମ ନିକଟରେ ପାର୍କ କରିବା ସହ ନୂଆଗଡ଼ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ଉପରେ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ଅଧିକାରୀ ଦେବାଶିଷ ପାଢୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ପରେ କେଏନଡ଼ିଏ ପରିସରରେ ବିଧାୟକ ଏବଂ ପ୍ରଶାସନୀକ ଅଧିକାରୀ ବୃକ୍ଷ ରୋପଣ କରିଥିଲେ । ତେବେ ବ୍ୟାସନଗର ବିକାଶକୁ ନେଇ ବିଭିନ୍ନ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ଏଥିରେ ବିଳମ୍ବ ଘଟିଚାଲିଥିଲା । ଯାହାକୁ ନେଇ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା ।

ଆଜି ବିଧାୟକ ଏବଂ ପ୍ରଶାସନୀକ ଅଧିକାରୀ ପୈାରାଞ୍ଚଳର ବୃହତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ କ୍ଷେତ୍ର ପରିଦର୍ଶନ କରିବା ପରେ ଏହା ହେବା ନେଇ ଆଶା ସଂଚାରିତ ହୋଇଛି । ବିଭନ୍ନ କ୍ଷେତ୍ର ପରିଦର୍ଶନରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ତହସିଲଦାର ଶରତ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ପିଡ଼ି ଇନ୍ଦ୍ରମଣି ନାୟକ, ପୈାରଯନ୍ତ୍ରୀ ଏବଂ ପୈାର କର୍ମଚାରୀ ଉପସ୍ଥିତ ରହିଥିଲେ ।

Nalco
Leave A Reply