ହାଇଦ୍ରାବାଦ : ହାଇଦ୍ରାବାଦର ମହମ୍ମଦ ନୁରୁଦ୍ଦିନ (୫୧) ୩୩ ବର୍ଷ ହେବ ମାଟ୍ରିକ୍ ପରୀକ୍ଷା ଦେଇ ଫେଲ୍େ ହ ଉ ଥ ି େ ଲ । ସୌଭାଗ୍ୟବଶତଃ କ େ ର । ନ । ମହାମାରୀକୁ ଦୃଷ୍ଟିରେ ରଖି ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ସେ ଏଥର ପାସ୍ ହୋଇଛନ୍ତି । ମହମ୍ମଦ ଏକ ନୁ୍ୟଜ୍ ଏଜେନ୍ସକୁ କହିଛନ୍ତି, ‘୧୯୮୭ରୁ ଲଗାତର ମାଟ୍ରିକ୍ ପରୀକ୍ଷା ଦେଇ ଆସୁଥିଲି । ହେଲେ ଇଂଲିଶ୍ରେ ଦୁର୍ବଳ ଥିବାରୁ ସବୁବର୍ଷ ଫେଲ୍ ହେଉଥିଲି । ୩୩ ବର୍ଷ ଲଗାତର ଫେଲ୍ ହେବା ସତ୍ତେ୍ୱ କେବେ ବି ହାର୍ ମାନିନି । କରୋନା କାଳରେ ମୋ ଭାଗ୍ୟ ବଦଳିଛି, ମୁଁ ପାସ୍ କରିଛି ।’ କରୋନାର ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡ଼ିଛି । ପରିସ୍ଥିତିକୁ ଦେଖି ଅନେକ ରାଜ୍ୟର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏଥର କୌଣସି ଛାତ୍ରଙ୍କୁ ଫେଲ୍ କରାଯିବ ନାହିଁ ।