Odisha news

ଓଡ଼ିଶାରେ ପୁଣି ଆଜି ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ

0

ଭୁବନେଶ୍ବର: ରାଜ୍ୟରେ ଆଜି ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୬୬୨ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୫ଜଣ, ଅନୁଗୁଳରୁ ୨୦ ବାଲେଶ୍ବର ଜିଲ୍ଲାରୁ ୨୯, ବରଗଡ଼ ଜିଲ୍ଲାରୁ ୫, ଭଦ୍ରକ ଜିଲ୍ଲାରୁ ୪, ବଲାଙ୍ଗୀର ଜିଲ୍ଲାରୁ ୨୬, କଟକ ଜିଲ୍ଲାରୁ ୬୧, ଦେବଗଡ଼ ଜିଲ୍ଲାରୁ ୨, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୮୮, ଜଗତସିଂହପୁର ଜିଲ୍ଲାରୁ ୩, ଯାଜପୁର ଜିଲ୍ଲାରୁ ୧୨, ଝାରସୁଗୁଡ଼ା ଜିଲ୍ଲାରୁ ୧୨, କଳାହାଣ୍ଡି ଜିଲ୍ଲାରୁ ୧୯, କନ୍ଧମାଳ ଜିଲ୍ଲାରୁ ୧୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮, ଖୋର୍ଦ୍ଧା ଜିଲ୍ଲାରୁ୧୯୪, କୋରାପୁଟ ଜିଲ୍ଲାରୁ ୬୬, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୨୦, ନବରଙ୍ଗପୁର ଜିଲ୍ଳାରୁ ୨୬, ନୟାଗଡ଼ ଜିଲ୍ଲାରୁ ୨୯, ନୂଆପଡ଼ା ଜିଲ୍ଲାରୁ ୧୧, ପୁରୀ ଜିଲ୍ଲାରୁ ୧୬, ରାୟଗଡ଼ା ଜିଲ୍ଲାରୁ ୨୪, ସମ୍ବଲପୁର ଜିଲ୍ଲାରୁ ୨୧, ସୋନପୁର ଜିଲ୍ଲାରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୧୮୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୯୨୦।

Leave A Reply