ଘଟଗାଁ,27/07- କେନ୍ଦୁଝର ଜିଲ୍ଲା ଘଟଗାଁ ରେ ପ୍ରଥମ ଥର ପାଇଁ ୫ଜଣ ଲୋକାଲ ପଜେଟିଭ୍ ଚିହ୍ନଟ ହୋଇଛନ୍ତି | ଗୋଷ୍ଠୀ ସଙ୍କ୍ରମଣ ସାମ୍ବାବ୍ୟ ସ୍ଥିତି ପରକ୍ଷିବା ପାଇଁ କିଛି ଦିନ ତଳେ କେନ୍ଦୁଆପଡା ଗ୍ରାମ ଓ ବଜାରର ଦୋକାନୀ ମାନଙ୍କୁ ମିଶାଇ ୧୩୦ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣ ବ୍ୟବସାୟୀ ଓ ଉପରଡିହା ଗ୍ରାମରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ତାହା ଅନୁଧ୍ୟାନ କରାଯାଉଛି ।
ଏଥିପାଇଁ ୩୧ ତାରିଖ ପର୍ଯ୍ୟନ୍ତ ଘଟଗାଁ ବଜାରକୁ ସଟଡାଉନ କରାଯାଇଛି । ଲୋକାଲ ପଜେଟିଭ ଚିହ୍ନଟ ହେବା ପରେ ପୋଲିସ ଚେକିଙ୍କକୁ ମଧ୍ୟ କଡାକଡି କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା ଗ୍ରୋସରୀ,ଫଳ ,କ୍ଷିର,ପନିପରିବା ଆଦି ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଅନ୍ୟ ସସସ୍ତ ଦୋକାନ ବନ୍ଦ କରାଯାଇଛି । ଅନ୍ୟପଟେ ଔଷଧ ଦୋକାନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୋକାନ ଓ କ୍ଲିନିକ ଇତ୍ୟାଦି ଖୋଲା ରହିବ ବୋଲି ସୂଚାନ ମିଳିଛି । ପ୍ରଥମ ଥର ପାଇଁ ଲୋକାଲ ପଜେଟିଭ ଚିହ୍ନ ହେବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।