Odisha news

ବାଲିଗୁଡା : ପୂର୍ବତନ ସରପଞ୍ଚ ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

0
ବାଲିଗୁଡା :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ରେ ରବିବାର ରାତିରେ ପୂର୍ବତନ ସରପଞ୍ଚ ବ୍ରଜରାଜ ବିଶୋୟୀ(୭୦)ଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣକ ଉକ୍ତ ଗ୍ରାମର ଡ଼େପୁଟି ବିଶୋୟୀ (୪୧) ଓ ସେ ମୃତକଙ୍କର ସମ୍ପର୍କୀୟ ଭାଇ ବୋଲି ଜଣାଯାଇଛି।  ସୂଚନା ଅନୁସାରେ, ରବିବାର  ସକାଳେ ଡେପୁଟି ବିଶୋୟୀ ଓ ବ୍ରଜରାଜଙ୍କ ମଧ୍ୟରେ ବିଲରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ  ବ୍ରଜଙ୍କୁ ହତ୍ୟା ଧମକ ଦେଇଥିଲା ଡେପୁଟି।
ଯୋଜନା ମୁତାବକ ଡେପୁଟି ରବିବାର  ରାତିରେ ବ୍ରଜରାଜଙ୍କୁ ପାଣି ସମସ୍ୟାରେ କଥାହେବାକୁ ନିଜ ଘରକୁ ଡାକିନେଇ ଏକ ଟାଙ୍ଗିରେ ମୁଣ୍ଡ ଓ ହାତକୁ ହାଣି ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସାରଙ୍ଗଡ଼  ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply