ପାଣିକୋଇଲି : ପାଣିକୋଇଲିରେ ପ୍ରଥମ କରୋନା ଆକ୍ରନ୍ତ ଜଣେ ୮୪ ବର୍ଷିୟ ଚିହ୍ନଟ ପରେ ତାଙ୍କ ହୋଟେଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟେନମେଂଟ ଘୋଷଣା କରାଯାଇଥିଲା । ପରେ ସ୍ୱାବ ଟେଷ୍ଟରେ ଆକ୍ରାନ୍ତଙ୍କ କେୟାର ଟେକରର ପଜେଟିଭ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲକୁ ପଠାଯାଇଥିଲା । କୋରାଇ ମକୁନ୍ଦପୁର ଠାରେ ୨୫ ଜଣଙ୍କ କରୋନା ଟେଷ୍ଟ ସମୟରେ ଆକ୍ରନ୍ତଙ୍କ ପୁଅ ଓ ବୋହୂଙ୍କ କରୋନା ପଜେଟିଭ ବାହାରିବାରୁ ତାଙ୍କୁ ସେଠାରୁ ଟାଟା ମେଡିକା କୋଭିଡ-୧୯ କେନ୍ଦ୍ରକୁ ସିଧାସଳଖ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଠାଯାଇଛି । ତାଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ଯେଉଁମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରି କ୍ୱାରେଂଟାଇନରେ ରଖିଥିଲା ଖୁସିର କଥା ସେମାନଙ୍କର କରୋନା ନେଗେଟିଭ ବାହାରିଛି