Odisha news

ପ୍ଲାଜ୍ମା ସଂଗ୍ରହକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଯାଜପୁର ବିଧାୟକ ଆଲୋଚନା କଲେ

0

ଯାଜପୁର: ପ୍ଲାଜ୍ମା ସଂଗ୍ରହକୁ ସଫଳ କରିବା ପାଇଁ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସହିତ ଆଲୋଚନ କଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପରିପ୍ରେକ୍ଷୀରେ ବରୀ ବିଧାୟିକା ସୁନନ୍ଦା ଦାସ ପ୍ଲାଜ୍ମା ଦାନ ପାଇଁ ପଂଚାୟତକୁ ପଂଚାୟତ ବୁଲି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ଚିକିତ୍ସାହିତ କରୁଛନ୍ତି । ଏ ନେଇ ଶନିବାର କମ୍ଭିରିଆପାଳ, ଚନ୍ଦନପୁର, ସେରପୁର, ଅଟିରା, ରତ୍ନଗିରି, ବରୀ ଆଦି ପଂଚାୟତ ପରିଭ୍ରମଣ କରି  ସୁସ୍ଥ ହୋଇ ଫେରିଆସିଥିବା କରୋନା ରୋଗୀଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସାକ୍ଷାତ ସମୟରେ ପ୍ଲାଜ୍ମା ଦାନ କରିବା ପାଇଁ ଅନୁରୋଧ କରିଥିବା ଜଣାପଡିଛି ।  ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ଲାଜ୍ମା ଚିକିତ୍ସା  ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଯେଉଁମାନେ ସୁସ୍ଥ ହୋଇ ଫେରି ଆସଛନ୍ତି ସେମାନେ ପ୍ଲାଜ୍ମା ଦାନ କରିବା ଉପରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ, ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ଦାୟିତ୍ୱକୁ ବିଧାୟିକା ଦାସ ପାଳନ କରି ସୁସ୍ଥ ହୋଇ ଫେରିଥିବା ବରୀ ପଂଚାୟତ ସମିତିସଭ୍ୟା ବିଜୟାଲକ୍ଷ୍ମୀ ସେଠୀଙ୍କ ସମେତ କେତେକ ସୁସ୍ଥ ରୋଗୀଙ୍କୁ ଭେଟି ପ୍ଲାଜ୍ମା ଥେରାପି ଉପରେ ବିଝାଇ ଦାନ କରିବାକୁ ନିବଦେନ କରିଛନ୍ତି । ପ୍ରଥମ ଦିନରେ ୧୪ ଜଣ ସୁସ୍ଥ ରୋଗୀ  ପ୍ଲାଜ୍ମା ଦାନ କରିବାକୁ ବିଧାୟିକାଙ୍କୁ ପ୍ରତିଶୃତି ଦେଇଛନ୍ତି । ବିଧାୟିକା ଦାସଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି । (

Leave A Reply